Tuesday , January 18 2022
Breaking News
Home / ତାଜା ଖବର / ମାରଣାସ୍ତ୍ର ଦେଖାଇ ଡାକ୍ତରଙ୍କଠାରୁ ୧୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ମାରଣାସ୍ତ୍ର ଦେଖାଇ ଡାକ୍ତରଙ୍କଠାରୁ ୧୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

କଟକ, ୦୪/୦୯/୨୦୧୯(ଓଡ଼ିଶା ସମାଚାର)- କିଶନନଗର ଥାନା ଅନ୍ତର୍ଗତ ମାହାଳହାଟ ଫାଣ୍ଡି ଅଧୀନ ବିଶ୍ୱନାଥପୁର ଚିତ୍ରୋପôଳା ନଦୀବନ୍ଧ ରାସ୍ତାରେ ସୋମବାର ରାତିରେ ଜଣେ ଡାକ୍ତର ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଦୁର୍ବୃତଙ୍କ ଦ୍ୱାରା ଲୁଟ ର ଶିକାର ହୋଇଛନ୍ତି । ପାଟକୁରା ଥାନା ଅନ୍ତର୍ଗତ ନେଦାଳ ଗ୍ରାମର ଆୟୁଷ ଡାକ୍ତର ସରୋଜ ଆଚାର୍ଯ୍ୟ ବାଇକରେ ଏହି ନଦୀ ବନ୍ଧ ରାସ୍ତାଦେଇ ଫେରୁଥିବା ସମୟରେ ୨ ଜଣ ଦୁର୍ବୃତ ତାଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ଏହି ସମୟରେ ଡାକ୍ତରଙ୍କ ବ୍ୟାଗରେ ଥିବା ନଗଦ ୧୦ ହଜାର ଟଙ୍କା, ଷ୍ଟେଥୋ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ଡ଼ାକ୍ତର ଆଚାର୍ଯ୍ୟ କିଶନନଗର ଥାନାରେ ଅଭିଯୋଗ କରିବା ପରେ ପି.କେ.ଜେନା, ଏଡିପିଓ ଏସ.କେ ଦାସ, ଆଇଆଇସି ବାମଦେବ ସ୍ୱାଇଁ, ଫାଣ୍ଡି ଅଧିକାରୀ ବାବୁଲି ଚରଣ ପ୍ରଧାନ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ସନ୍ଦେହରେ ଜଣଙ୍କୁ ଥାନାକୁ ନେଇପଚରା ଉଚୁରା କରୁଛନ୍ତି । ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଦୁର୍ବୃତଙ୍କ ନାମ ପୁଲିସ ଗୋପନ ରଖିଛି । ଓଡ଼ିଶା ସମାଚାର

About admin

Check Also

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା : ଜଣେ ଗୁରୁତର ଆହତ

ବାଲିଗୁଡା,୧୬/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଦଣ୍ଡପଦର ଠାରେ ରବିବାର ସନ୍ଧ୍ୟାରେ ଦୁଇ  ବାଇକ୍ ମୁହାଁ ମୁହିଁ …

Leave a Reply

Your email address will not be published. Required fields are marked *