Monday , September 25 2023
Breaking News
Home / ବିଶେଷ / ବାତ୍ୟା ଆଶ୍ରୟସ୍ଥଳ ବିପଦସଂକୁଳ

ବାତ୍ୟା ଆଶ୍ରୟସ୍ଥଳ ବିପଦସଂକୁଳ

ବିରିଡି,୦୪/୦୯/୨୦୧୯(ଓଡ଼ିଶା ସମାଚାର)- ଗୋଠପଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳ କୋଠାଘର ବିପଦସଂକୁଳ ଅବସ୍ଥାରେରହିଛି । ଏହି ଅଟାଳିକାକୁ ଲାଗିରହିଥିବା ବିଦ୍ୟାଳୟକୁ ଅଭିଭାବକମାନେ ଆଉ ପାଠ ପଢୁଥିବା ପିଲାଙ୍କୁ ଛାଡିବେନାହିଁ ବୋଲି ସ୍ଥିର କରିଛନ୍ତି । ବିରିଡି ବ୍ଲକ ଶିକ୍ଷାବିଭାଗ ଅଧୀନ ଗୋଠପଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ବାତ୍ୟା ଅଶ୍ରୟ ସ୍ଥଳ ରହିଛି । ୧୯୯୯ ମହାବାତ୍ୟା ପରେ ଏହି ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଥିଲା । ମାତ୍ର ନିର୍ମାଣ ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ପ୍ରାୟ ୧୮ ବର୍ଷ ବିତିଯାଇ ଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦିଆଗଲା ନାହିଁ । ଏଥିପାଇଁ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ କରାଯାଇଥିବା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଏହି ଅଟାଳିକା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହି ବାତ୍ୟା ଆଶ୍ରୟ ସ୍ଥଳର ସମସ୍ତ ଖୁଂଟ ମୂଳରୁ ସିମେଂଟ, ବାଲି ଗୋଡି ଛାଡି ସଂପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । କେତେବେଳେ ଯେ ସେହି ଅଟାଳିକାଟି ଭୁଶୁଡି ପଡିବ ତାହା କହିହେବ ନାହିିଁ । ଏସମ୍ପର୍କରେ ଗା୍ରମବାସୀ, ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ବାରମ୍ବାର ପ୍ରଶାସନର ଦୃଷ୍ଟି ଗୋଚରକୁ ଆଣିଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ତେଣୁ ନିରୀହ ପିଲାମାନଙ୍କ ଜୀବନ ପ୍ରତି ଆଶଙ୍କା କରି ଗ୍ରମବାସୀ ଓ ଅଭିଭାବକଙ୍କ ମନରେ ଭୟ ସଂଚାର ହୋଇଛି । ସେମାନେ ଆଉ ତାଙ୍କ ପିଲାଙ୍କୁ ବିଦ୍ୟାଳୟକୁ କିମ୍ବା ଅଙ୍ଗନ ବାଡିକୁ ପାଠ ପଢାଇବାକୁ ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହି ବାତ୍ୟା ଅଶ୍ରୟ ସ୍ଥଳଠାରୁ ମାତ୍ର ୫ଫୁଟ ଦୂରରେ ଅଙ୍ଗନବାଡି କେନ୍ଦ୍ର ଚାଲୁଥିବାବେଳେ ସେହି ଅଟାଳିକାକୁ ଲାଗି ନଳକୂପ ଓ ପିଲାଙ୍କ ପାଇଁ ପାଇଖନା ରହିଛି । ଏହାକୁ ଛାତ୍ରୀଛାତ୍ର ବ୍ୟବହାର କରିଥାନ୍ତି । ସେହିପରି ଅଙ୍ଗନବାଡି ପଢୁଥିବା ପିଲା ଏହାର ଅତି ନିକଟରେ ଚଳପ୍ରଚଳ କରୁଛନ୍ତି । ସେହି କୋଠାକୁ ଲାଗି ରୋଷେଇ ଗୃହରେ ରୋଷେଇୟାମାନେ ମଧ୍ୟ ଭୋଜନ ପ୍ରସ୍ତୁତ କରିଥାନ୍ତି । ଏ ସମସ୍ତଙ୍କ ଉପରେ ବିପଦ ରହିଥିବା ନେଇ ଅଭିଯୋଗ ହେଉଥିବାରୁ ଯଦି କୌଣସି ଦୁର୍ଘଟଣା ଘଟେ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଅଭିଭାବକମାନେ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *