Wednesday , October 4 2023
Breaking News
Home / ବିଶେଷ / ପ୍ରଭୂ ଲିଙ୍ଗରାଜ ଙ୍କ ନୀତିକାନ୍ତି ସ୍ୱଭାବିକ ହେଲା

ପ୍ରଭୂ ଲିଙ୍ଗରାଜ ଙ୍କ ନୀତିକାନ୍ତି ସ୍ୱଭାବିକ ହେଲା

ଭୁବନେଶ୍ୱର,୦୪/୦୯/୨୦୧୯(ଓଡ଼ିଶା ସମାଚାର)- ନୂଆଗାଁ ମୌଜା ଗଙ୍ଗୁଆ କୂଳରେ ଥିବା ପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ଜବରଦଖଲ ଜମିରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ ଦାବିରେ ଲିଙ୍ଗରାଜ ମନ୍ଦିରରେ ନୀତି ଦୁଇ ଦିନ ହେଲା ବନ୍ଦ ରହିଥିଲା । ଲିଙ୍ଗରାଜ ମନ୍ଦିରର ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗଏଥିଲାଗି ପ୍ରଶାସନକୁ ଦାୟୀ କରି ନୀତି ବନ୍ଦ୍ କରିଥିଲେ । ମଙ୍ଗଳବାର ସକାଳ ଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷହୋମ ନୀତି ବନ୍ଦ୍ ରହିଥିଲା । ଫଳରେ ଦୁଇ ଦିନ ହେଲା ଉପବାସରେ ରହିଥିଲେ ପ୍ରଭୂଲିଙ୍ଗରାଜ । ପୂଜାପଣ୍ଡା ନିଯୋଗ ଅଭିଯୋଗ କରିଛି ଯେ ପ୍ରଶାସନର ଅବହେଳା ହେତୁ ଜବରଦଖଲ ଜମିରେ ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ସେମାନଙ୍କ ବିରୁଦ୍ଧରେ କିଛିକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଜବରଦଖଲକାରୀମାନେ ମନ୍ଦିରର ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କୁ ହତ୍ୟା ଧମକ ଦେଇଥିବା ମଧ୍ୟସେମାନେ ଅଭିଯୋଗ କରିଥିଲେ । ଆଜି ଦେବୋତର କମିଶନର ଙ୍କ ନିକଟରେ ଆଲୋଚନା ପରେ ପ୍ରଭୂ ଲିଙ୍ଗରାଜ ଙ୍କ ନୀତିକାନ୍ତି ସ୍ୱଭାବିକ ହୋଇଛି । ଆଳତି ଅବକାଶରୁ ଦୀତି ଆରମ୍ଭ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *