କେନ୍ଦ୍ରାପଡା ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘର କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ତୁରନ୍ତ ପାଚିକାମାନଙ୍କୁ ସ୍କୁଲ ଓ ଅଗଣାସଫା ପାଇଁ ଆଦେଶ ବନ୍ଦ କରିବା,ଦରମା ମାସକୁ ମାତ୍ର ଚଉଦଶହ ଟଙ୍କା ବୃଦ୍ଧି କରିବା,ବର୍ଷକୁ ଦଶମାସ ବଦଳରେ ୧୨ମାସର ପାରିଶ୍ରମିକ ପ୍ରଦାନ,ଛଟେଇ ହୋଇଥିବା ପାଚିକାଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ,ପାଚିକାଙ୍କୁ ଛଟେଇ କଲେ ପେନସନ ପ୍ରଦାନ,ଦେହ ଖରାପ ହେଲେ ଛୁଟି ପ୍ରଦାନ,ମଧ୍ୟାହ୍ନ ଭୋଜନର ମୂଲ୍ୟ ବଢାଇବା,ସମସ୍ତ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା,ମଧ୍ୟାହ୍ନ ଭୋଜନର ଘରୋଇକରଣ ବନ୍ଦ କରିବା ପ୍ରଭୃତି ୧୨ଦଫା ଦାବିରେ ବୁଧବାର ପୂର୍ବାହ୍ନ ସାଢେଦଶଟା ସମୟରେ ସହରର ନୂଆବସଷ୍ଟାଣ୍ଡରୁ ଶତାଧିକ ପାଚିକା ଦମୟନ୍ତୀ ସାମଲ,ଡେରାବିଶ ବ୍ଲକ ସଭାନେତ୍ରୀ ସାଥି ଅନିତୀ ନାୟକ, କେନ୍ଦ୍ରାପଡା ବ୍ଲକ ସମ୍ପାଦିକା ପ୍ରମିଳା କର, ସଭାପତି ମଞ୍ଜୁଲତା ସାହୁ, ଏ.ଆଇ.ଟି.ୟୁ.ସି.ନେତା ସାଥି ଅକ୍ଷୟ ମଲ୍ଲିକ,ଭଜହରି ପ୍ରଧାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିବା ପରେ ଜିଲ୍ଲା ସଭାପତି ସାଥି ସୁହାନା ବେଗମଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସମ୍ପାଦିକା ସାଥି ସୈାଭାଗିନୀ ପତି ଯୋଗଦେଇ ଆନ୍ଦୋଳନର ଆଭିମୁଖ୍ୟ,କେନ୍ଦ୍ର ଓ ରାଜ୍ୟ ସରକାର ପାଚିକାମାନଙ୍କ ପ୍ରତି ଆଖି ବୁଜି ଦେଇଥିବା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ସାଥି ସୁବାଷ ମହାପାତ୍ର,ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସମ୍ପାଦକ ସାଥି ଜନ୍ମୟୀ ସାହାଣୀ, ଯାଜପୁର ଜିଲ୍ଲା ସଭାପତି ସାଥି ରାଜକିଶୋର ନାୟକ, ଗରଦପୁର ସଭାପତି ଗଜେନ୍ଦ୍ର ନାୟକ, ମହାକାଳପଡା ବ୍ଲକ ଉପସଭାପତି ସାଥି ଝରଣା ରାଉତ, ସଂପାଦିକା ସାଥି ଡାଙ୍ଗୀ ସ୍ୱାଇଁ, ସାଥି ସ୍ୱର୍ଣ୍ଣଲତା ଦାସ,ଶ୍ରାବଣୀ ସାମଲ, ଏ.ଆଇ.ଟି.ୟୁ.ସି.ନେତା ସାଥି ସୁଶାନ୍ତ ବାରିକ, ରାଜନଗର ବ୍ଲକ ସଭାପତି ସାଥି ଲକ୍ଷ୍ମୀପ୍ରିୟା ରାଉତ, ପଟ୍ଟାମୁଣ୍ଡାଇ ବ୍ଲକନେତ୍ରୀ ସାଥି ଚାରୁଲତା ନାୟକ, ଆଳି ବ୍ଲକ ସମ୍ପାଦିକା ସାଥି ଜ୍ୟୋସ୍ନôାମୟୀ, ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା, ଆଶାକର୍ମୀ ସଙ୍ଘର ଜିଲ୍ଲା ଉପସଭାପତି ସାଥି ନନ୍ଦିନୀ ସ୍ୱାଇଁ, ସସ୍ମିତା ବାରିକ,ଅଙ୍ଗନୱାଡି ସଙ୍ଘର ଜିଲ୍ଲା ସଭାପତି ସାଥି ସ୍ୱର୍ଣ୍ଣଲତା ଦାସ,ଏ.ଆଇ.ଟି.ୟୁ.ସି.ର ରାଜ୍ୟ ନେତୃତ୍ୱ ଆଇନଜୀବି ସାଥି ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ପାଚିକାମାନଙ୍କ ଦାବୀ ଯଥାର୍ଥ ବୋଲି ଦର୍ଶାଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଯଦି ସରକାର ଏହି ଦାବି ଗୁଡିକ ତୁରନ୍ତ କାର୍ଯ୍ୟକାରି ନକରନ୍ତି ତେବେ ଆଗାମୀ ଦିନରେ ରାଜ୍ୟ ଓ ଦେଶ ତମାମ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଣୀ କଳ୍ପନା ବେହେରା ବିକ୍ଷୋଭସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର