ପାରାଦ୍ୱୀପ ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଜୁଡୋ ଆଶୋସିଏସନ ଓ ଓଡିଶା ରାଜ୍ୟ ଜୁଡୋ ଆଶୋସିଏସନ ମିଳିତ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତା ପାରାଦ୍ୱୀପସ୍ଥିତ ମୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ସେପ୍ଟେମ୍ବର ୧ ତାରିଖ ରବିବାର ଦିନ ଉଦଯାପିତ ହୋଇଯାଇଅଛି । ଏହି ଉଦଯାପନୀ ଉସôବରେ ଜଗତସିଂହପୁର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିôବା ବେଳେ ପାରାଦ୍ୱୀପ ବନ୍ଦର ଲୋକସମ୍ପର୍କ ଅଧିକାରୀ ପ୍ରକାଶ ମିଶ, ପିପିଏଲ ଜନସମ୍ପର୍କ ଅଧିକାରୀ ଜଗନ୍ନାଥ ଖୁଂଟିିଆ, ଜଗତସିଂହପୁର ଜୁଡୋ ଆସୋସିଏସନ ସମ୍ପାଦିକା ଲୋପାମୁଦ୍ରା ପତି, ଉପସମ୍ପାଦକ ଶୁଭ ମହାନ୍ତି, ରାଜ୍ୟ ଜୁଡୋ ଆସୋସିଏସନର ସମ୍ପାଦିକା ଗୀତାଞ୍ଜଳୀ ପଣ୍ଡା, ପାରାଦ୍ୱୀପ ଗୋପବନ୍ଧୁ କ୍ରିଡା ସଂସଦ ସମ୍ପାଦକ ରବି ଦାସ, କିସ୍ ସମ୍ପାଦକ କନ୍ଦନ ମନୋଜ ମୁର୍ମୁ ଓ ଭଲିବଲ ପ୍ରଶିକ୍ଷକ ସଞ୍ଜୟ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲା ଜୁଡୋ ଆସୋସିଏସନର ଅଧିକାରୀ ମାନେ ଯୋଗଦେଇଥିଲେ । ଏହି ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତା ଦୁଇଦିନ ଧରି ଚାଲିଥିଲା । ଏଥିରେ ଜଗତସିଂହପୁର ଜିଲ୍ଲାରୁ ତିନିଜଣ ପ୍ରତିଯୋଗୀ ସୁମନ ରେଡି (୬୦ କେ.ଜି) ଜୁନିଅର ବର୍ଗରେ ବ୍ରୋଞ୍ଜ ପଦକ, ପି୍ରୟଞ୍ଜନ ଶତପଥୀ ଓ ଅମିତ ସେଠୀ (୧୦୦ କେଜି) ସିନିଅର ବର୍ଗରେ ରୌପ୍ୟ ପଦକ ପାଇ ଆସନ୍ତା ଜାନୁଆରୀ ମାସରେ ଚଣ୍ଡିଗଡରେ ହେବାକୁ ଯାଉଥିବା ସିନିଅର ଜାତୀୟ ଜୁଡୋ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପର ଓଡିଶା ପୋଲିସ ଦଳ ସିନିଅର ରନର୍ସପ, କିସ୍ ଜୁନଅର ଚମ୍ପିଅନ, ସମ୍ବଲପୁର ସବ ଜୁନିଅର ରନର୍ସପ ହୋଇଛନ୍ତି ,ଏବଂ ଭୁବନେଶ୍ୱର ସବ୍ ଜୁନିଅର ଚମ୍ପିଅନ ହୋଇଛନ୍ତି । ଓଡ଼ିଶା ସମାଚାର