Friday , October 22 2021
Home / ବିଶେଷ / ନୂଆ ଟ୍ରାଫିକ ନୀୟମ ର  ଅନ୍ତରାଳେ ..ଜନ ଅସନ୍ତୋଷ

ନୂଆ ଟ୍ରାଫିକ ନୀୟମ ର  ଅନ୍ତରାଳେ ..ଜନ ଅସନ୍ତୋଷ

ଜୋରିମାନା ନୁହେଁ , ଜୁଲମ

ଭୁବନେଶ୍ୱର,୦୪/୦୯/୨୦୧୯(ଓଡ଼ିଶା ସମାଚାର)- ସାରା ଦେଶରେ ଯେଉଁ ନୂଆ ଟ୍ରାଫିକ ନୀୟମ ଲାଗୁ କରାଯାଇଛି, ତାହାକୁ ନେଇ ଜନ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି । ହେଲାମଟ ନପିନ୍ଧିବା , ସିଟ ବେଲ୍ଟ ନବାନ୍ଧିବା, ଦୁଇ ଚକିଆ ଯାନ ପଛରେ ଯିଏ ବସିବ ସେ ହେଲମେଟ ନପିନ୍ଧିବା , ସାଇଲେନ୍ସର ଅଧିକ ଶବ୍ଦ କରୁଥିବା ଆଦି ଅପରାଧ ନୁହେଁ । ଏଗୁଡ଼ିକ ଯାନ ଚାଳକ ବା ଆରୋହୀଙ୍କ ସୁରକ୍ଷା ପାଇଁ ଉଦ୍ଧିଷ୍ଟ । କିନ୍ତୁ ଭାରତ ସରକାର ହୁଅନ୍ତୁ କି ରାଜ୍ୟ ସରକାର ହୁଅନ୍ତୁ ଏହାକୁ ଯେପରି ବିରାଟ ଅପରାଧ ଭାବେ ଗ୍ରହଣ କରାଯାଇ ଯେପରି ଲୋକର ଆର୍ଥିକ କ୍ଷମତା ଠାରୁ ଅଧିକ ପରିମାଣର ଅର୍ଥ ଫାଇନ କରାଯାଇ ଚାଲାଣ କଟାଯାଉଛି, ତାହାକୁ ନେଇ ଦିନକୁ ଦିନ ଜନ ଅସନ୍ତାଷ ବଢ଼ିବାରେ ଲାଗିଛି । ଅନ୍ ଲାଇନ୍ ରେ ଡ଼୍ରାଇଭିଂ ଲାଇସେନ୍ସ ମିଳିବା ବ୍ୟବସ୍ଥା ଥିଲେ ମଧ୍ୟ ମାସ ମାସ ଧରି ଡ଼୍ରାଇଭିଂ ଲାଇସେନ୍ସ ମିଳୁନି । ରାଜ୍ୟର ସମସ୍ତ ଆରଟିଓ ଅଫିସ କ୍ୟାମ୍ପସରେ ଦଲାଲ ମାନେ ଶିବିର କରିଛନ୍ତି । ସେହି ଆରଟିଓ ଅଫିସ କ୍ୟାମ୍ପସରେ ଥିବା ଦଲାଲ ମାନଙ୍କ ଜରିଆରେ ଡ଼୍ରାଇଭିଂ ଲାଇସେନ୍ସ ପାଇଁ ବହୁ ପରିମାଣର ଟଙ୍କା ଆହାୟ କରାଯାଉଥିବା ଅଭିଯୋଗ ହେଉଛି । ଅନ୍ ଲାଇନ୍ ରେ ଡ଼୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥାତ ଅଛି, ତେବେ ସବୁ ଆଟିଓ ଅଫିସ କ୍ୟାମ୍ପସରେ ଦଲାଲ ମାନେ କଣ ପାଇଁ  ଉଠା ଶିବିର ଖୋଲିଛନ୍ତି , ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ଯେଉଁ ନୂଆ ନିୟମ ହୋଇଛି , ଗ୍ରାମାଂଚଳରେ ପୋଲିସ କୁ ଗାଡ଼ି ଯାଂଚ କ୍ଷମତା ଦିଆଯାଇଥିବାରୁ ସେମାନେ ଭଲ ଦି ପଇସା ଆଦାୟ କରିବାର ବଡ଼ ସୁଯୋଗ ଆସିଯାଇଛି । ବିଲେଇ କପାଳକୁ ସିକା ଛିଡ଼ିବା ଭଳି ଅପରାଧ ନିୟନ୍ତ୍ରଣ ରେ ସମୟ ନଦେଇ ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ଛିଡ଼ା ହୋଇ ଗାଡ଼ି ଯାଂଚ ଆରମ୍ଭ କରିଦେଲେ ପକେଟକୁ ଭଲ ଦିପଇସା ଆସିଯିବ । ଜଣେ ଡ଼୍ରାଇଭିଂ ଲାଇସେନ୍ସ ନଥିବାରୁ ୧ ହଜାର ଟଙ୍କା ତଣ୍ଡ ଗଚ୍ଚିବ କାହିଁକି ପୁଲିସ୍ କୁ ୫୦୦ ଟଙ୍କା ଦେଇ ନଖସିବ ? ।  ଗାଡ଼ି ଚୋରୀ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଗାଡ଼ିରେ ଗାଡ଼ି କାଗଜପତ୍ର ଥବଲେ ଗାଡ଼ି ଚୋରୀହେଲେ ଗାଡ଼ି ଯିବ ଆଉ ତା ସହିତ ଗାଡ଼ି କାଗଜପତ୍ର ମଧ୍ୟ ଯିବ । ତେଣୁ ଗାଡ଼ିରେ କେହି ଗାଡ଼ି କାଗଜପତ୍ର ରଖୁନାହାନ୍ତି । ସେହିପରି ହେଲମେଟ ପିନ୍ଧିବା ପାଇଁ ଏତେ ପରିମାଣର ଫାଇନ କରାଯାଛି , ଗାଡ଼ି ଚାଳକର ସୁରକ୍ଷା ପାଇଁ । ସରକାର ଯଦି ଏତେ ହିତୈଶି ତେବେ ମଦ୍ୟପାନ କରି ଦୁର୍ଘଟଣାରେ ଦୈନିକ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଥିବାବେଳେ ଏହି ମଦ ପାଇଁ ବହୁ ଘର ଓ ପରିବାର ନଷ୍ଟ ଭ୍ରଷ୍ଟ ହେଉଛି । କେନ୍ଦ୍ର ସରକାର ଆଇନ କରି ସମଗ୍ର ଭାରତ ବର୍ଷକୁ ମଦମୁକ୍ତ ଭାରତ ଘୋଷଣା କରୁନାହାନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।  ମଦମୁକ୍ତ ଭାରତ ଘୋଷଣା କଲେ ଦୁର୍ଘଟଣା ହ୍ରାସ ପାଇବ ଓ ପରିବାରରେ ମଦ ଯୋଗୁ ଅଶାନ୍ତି ରହିବ ନାହିଁ । ତେଣୁ ସରକାର ମଦମୁକ୍ତ ଭାରତ , ମଦମୁକ୍ତ ରାଜ୍ୟ ଘୋଷଣା କରୁନାହାନ୍ତି କାହିଁ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଏହି ଯେଉଁ ନୂଆ ଟ୍ରାଫିକ ନୀୟମ ହୋଇଚି, ତାହାର ଦୁରୁପଯୋଗ ହେବା ଜଳ ଜଳ ଦେଖାଯାଉଛି ବୋଲି ବୁଦ୍ଧିଜୀବି ମତ ଦେଉଛନ୍ତି । ଗାଡ଼ି ଯାଂଚ ନାମରେ ବେଳ ଯିବ ଆଉ ପୋଲିସ୍ ଦଳ ଭଲ ଦିପଇସା ରୋଜଗାର କରିବେ ଅନ୍ୟପକ୍ଷରେ ଅପରାଧ ବଢ଼ିବା ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଥାନାରେ ପଇସା ନଦେଲେ କୌଣସି କାମ ହୁଏନାହିଁ ।  ଲାଂଚ ନେଇ ବହୁ ପୋଲିସ୍ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ୁଛନ୍ତି । ତେଣୁ ଗାଡ଼ି ଯାଂଚ ଆଳରେ ଦିପଇସା ରୋଜଗାର ନକରିବେ କାହିଁ ବୋଲି ପୋଲିସ୍ ର କାର୍ଯ୍ୟକୁ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି ।  ଯେଉଁଠି ଗାଡ଼ି ଯାଂଚ ହେଉଛି, ସେଠାରେ ଅପ୍ରତ୍ୟାସିତ ଭାବରେ ଛଦ୍ମ ବେଶରେ ଭିଜିଲାନ୍ସ ଛପି ରହି ସବୁ ଦେଖି ସମୟ ଦେଖି ତାଙ୍କ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରୁ ଦାବି ହେଉଛି । ଏହାଛଡ଼ା  ଡ଼୍ରାଇଭିଂ ଲାଇସେନ୍ସ କିପରି ଦିଆଯାଉଛି, ଆରଟିଓ ଅଫିସ କ୍ୟାମ୍ପସରେ ଦଲାଲ ମାନେ ଅସ୍ଥାୟୀ ଶିବିରରେ କିପରି ମୋଟା ଅଙ୍କର ଆଦାୟ କରି ଆରଟିଓ ଅଫିସ ରେ ଦେଇ ଡ଼୍ରାଇଭିଂ ଲାଇସେନ୍ସ କରୁଛନ୍ତି, ତାହାର ଭିଜିଲାନ୍ସ ତଦନ୍ତ କରିବାକୁ ମଧ୍ୟ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *