Friday , October 22 2021
Home / ବିଶେଷ / ଜଙ୍କିଆ ପଲ୍ଲୀ ଉତ୍ସବର ତୃତୀୟ ସଂନ୍ଧ୍ୟା : ନିରାକାରପୁର ଶ୍ରୀ ସାଇ ଗ୍ରୁପର ଶିବ ତାଣ୍ଡବ ନୃତ୍ୟରେ ଦର୍ଶକ ବିଭୋର

ଜଙ୍କିଆ ପଲ୍ଲୀ ଉତ୍ସବର ତୃତୀୟ ସଂନ୍ଧ୍ୟା : ନିରାକାରପୁର ଶ୍ରୀ ସାଇ ଗ୍ରୁପର ଶିବ ତାଣ୍ଡବ ନୃତ୍ୟରେ ଦର୍ଶକ ବିଭୋର

ନିରାକାରପୁର, ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଖୋର୍ଦ୍ଧାଜିଲ୍ଲା  ଜଙ୍କିଆ ଓଁ ଶ୍ରୀ ଗ୍ରୃପଦ୍ୱାରା ଅନୁଷ୍ଠିତ ୮ମ ଜଙ୍କିଆ ପଲ୍ଲୀ ଉତ୍ସବରେ ଆଜିର ତୃତୀୟ ସନ୍ଧ୍ୟାରେ ସଭାପତି କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ  ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା , ମୁଖ୍ୟବକ୍ତାଭାବେ ଓଁ ଶାନ୍ତି ଭୁବନେଶ୍ୱର ଶାଖା ଲୀନା ଭଉଣୀ ଓ ସମ୍ମାନୀତ ଅତିଥିଭାବେ ସମାଜସେବୀ ସଞ୍ଜୟ ପଟ୍ଟନାୟକ ,ନରେନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ସଂଯୋଜକ ବିଶ୍ୱଭୂଷଣ ଛୋଟରାୟ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ନିରାକାରପୁର ଶ୍ରୀ ସାଇ ଡ଼୍ୟାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ୱାରା ପରିବେଷିତ ଶିବ ତାଣ୍ଡବ ନୃତ୍ୟରେ ଦର୍ଶକ ବିଭୋର ହୋଇପଡ଼ିଥିଲେ । ପରେ ପରେ ଭୁବନେଶ୍ୱର ଉକôଳ ଡ଼୍ୟାନ୍ସ ଗ୍ରୁପର କଳାକାରମାନଙ୍କ ନ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ନୃତ୍ୟକୁ ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ  ଉପଭୋଗ କରିଥିଲେ । ପ୍ରତିକୂଳ ପାଗସ୍ୱତ୍ୱେ ପ୍ରବଳ ଜନସମାଙ୍ଗମ ହୋଇଥିଲା । ମୀନାବଜାର ରାମଦେଳୀ,ଟ୍ରେନ ଓ ଦୋକାନରେ  ପ୍ରବଳ ଜନସମାଙ୍ଗମ ହୋଇଥିଲା । ଉପସ୍ଥାପକ କମଳେଶ ମହାରଣା  ମଂଚ ପରିଚାଳନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରଦୀପ୍ତ ପାଟ୍ଟଶାଣୀ, ଅକ୍ଷୟ ଉଦୟସିଂହ, ଯତୀନ ରାଉରାୟ, ସୁରେନ୍ଦନାଥ ଜେନା ଓ ବୈକୁଣ୍ଠ ମଲ୍ଲ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *