Sunday , October 24 2021
Breaking News
Home / ବିଶେଷ / ଗ୍ରାମୀଣ ଖାଦ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକରେ ପ୍ରଥମ ପଂଚାୟତ ସ୍ତରୀୟ କାର୍ଯ୍ୟାଳୟ ଉଦଘାଟିତ

ଗ୍ରାମୀଣ ଖାଦ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକରେ ପ୍ରଥମ ପଂଚାୟତ ସ୍ତରୀୟ କାର୍ଯ୍ୟାଳୟ ଉଦଘାଟିତ

କେନ୍ଦ୍ରାପଡା ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ଗ୍ରାମୀଣ ଖାଦ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର କଂସାର ଠାରେ ପ୍ରଥମ ପଂଚାୟତ ସ୍ତରୀୟ କାର୍ଯ୍ୟାଳୟ ବୁଧବାର ଉଦଘାଟିତ ହୋଇଯାଇଛି । ଗ୍ରାମୀଣ ଖାଦ୍ୟ ସୁରକ୍ଷା ଟ୍ରଷ୍ଟର ସି.ଇ.ଓ.ଚିରଞ୍ଜନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପଂଚାୟତ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଗ୍ରାମୀଣ ଖାଦ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଏହିସବୁ ପଂଚାୟତ କାର୍ଯ୍ୟାଳୟ ଗୁଡିକରେ ସମସ୍ତ ତେଜରାତି ଜିନଷପତ୍ର ମାର୍କେଟ ମୁଲ୍ୟଠାରୁ ୫ରୁ ୧୫ପ୍ରତିଶତ କମ ମୂଲ୍ୟରେ ମିଳିବ ବୋଲି ଟ୍ରଷ୍ଟର ସିଇଓ ଶ୍ରୀ ସାମଲ କହିଛନ୍ତି । ଏଥି ନିମନ୍ତେ ପ୍ରତ୍ୟେକ ରାସନକାର୍ଡଧାରୀ ସେମାନଙ୍କ ରାସନକାର୍ଡର ନକଲ,ଆଧାରକାର୍ଡ ନକଲ,ଭୋଟପରିଚୟପତ୍ର ନକଲ ସମେତ ଏକଗୋଟି ପାସପୋର୍ଟ ଫଟୋ ଟ୍ରଷ୍ଟର ସଂପୃକ୍ତ ପଂଚାୟତ କାର୍ଯ୍ୟାଳୟରେ ଦାଖଲ କରିବା ପରେ ପ୍ରତ୍ୟେକଙ୍କୁ ଏକ କାର୍ଡ ପ୍ରଦାନ କରାଯିବ । ସେହି କାର୍ଡରେ ଜଣକୁ ମାସକୁ ଏକହଜାରଟଙ୍କାର ଜିନିଷପତ୍ର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର କୋଷାଧ୍ୟକ୍ଷ ବିଶ୍ୱମ୍ବରନାଥ ପରିଡା,ଟ୍ରଷ୍ଟି ସୈାମ୍ୟରଞ୍ଜନ ସାହୁ,ଜିଲ୍ଲା ସଂଯୋଜକ ରଶ୍ମିରଞ୍ଜନ ରଥ,ଡିଷ୍ଟ୍ରି ବୁ୍ୟଟର କିଶୋର କୁମାର ଦାସ,ସଞ୍ଜୀବ ସେନାପତି,ପଟ୍ଟାମୁଣ୍ଡାଇ ବ୍ଲକ ସଂଯୋଜକ ବିକ୍ରମ କିଶୋର ରଣା,ଗଙ୍ଗାରାମପୁର ପଂଚାୟତ ସଂଯୋଜକ ସ୍ୱରୂପ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ପଂଚାୟତର ଲୋକନାଥପୁର ଠାରେ ମଧ୍ୟ ଏକ ପଂଚାୟତ କାର୍ଯ୍ୟାଳୟକୁ ଟ୍ରଷ୍ଟର ସିଇଓ ଶ୍ରୀ ସାମଲ ଉଦଘାଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *