ନିଶ୍ଚିନ୍ତକୋଇଲି,୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶା ସମାଚାର/ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଳକ୍ ଅନ୍ତର୍ଗତ ଜନାର୍ଦ୍ଧନପୁର ପଂଚାୟତର ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଦୁର୍ବୃତମାନେ ୪ବସ୍ତା (୨ କ୍ୱିଂଟାଲ) ମଧ୍ୟାହ୍ନ ଭୋଜନ ଚାଉଳ ଚୋରାଇ ନେଇଥିବା ଜଣାପଡ଼ିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୃଷ୍ଟିଧର କରଙ୍କ ବୟାନ ଅନୁଯାୟୀ ଗତ ମଙ୍ଗଳବାର ରାତିରେ ଦୁବୃତମାନେ ୪ଟି କୋଠରୀର ତାଲାଭାଙ୍ଗି ଦେବା ସେଙ୍ଗ ସେଙ୍ଗ ଷ୍ଟୋର ଘରେ ଥିବା ଚାଉଳକୁ ଚୋରାଇ ନେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଏହାକୁ ମିଶାଇ ୩ଥର ଏପରି ଚୋରୀ ହୋଇଛି । ପ୍ରତିଥର ଚୋରୀ ହେବା ପରେ ନେମାଳ ଥାନାରେ ଅଭିଯୋଗ କରାଯାଇଥିଲେ ହେଁ ଚୋରର ସନ୍ଧାନ ମିଳିନାହିଁ କିମ୍ବା ଚୋରୀ ଜିନିଷ ଉଦ୍ଧାର ହୋଇ ନଥିବା ପ୍ରଧାନଶିକ୍ଷକ ଶ୍ରୀ କରଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀ ମାନେ ପ୍ରକାଶ କରିଛନ୍ତି । ଏହି ଚୋରୀ ସଂକ୍ରାନ୍ତରେ ନେମାଳ ଥାନାରେ ପ୍ରଧାନ ଶିକ୍ଷକ ଏତଲା ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଓଡ଼ିଶା ସମାଚାର