Wednesday , November 30 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ଓଡିଶାରେ ଗଚ୍ଛିତ ଥିବା ଖଣିଜ ପଦାର୍ଥର ବିନିଯୋଗ ଦ୍ୱାରା ନିଯୁକ୍ତି ବଢିବ ଏବଂ ଏହା ଏକ ଟ୍ରିଲିୟନ ଅର୍ଥନୀତିରେ ପହଂଚାଇ ପାରିବ : ବେଦାନ୍ତ

ଓଡିଶାରେ ଗଚ୍ଛିତ ଥିବା ଖଣିଜ ପଦାର୍ଥର ବିନିଯୋଗ ଦ୍ୱାରା ନିଯୁକ୍ତି ବଢିବ ଏବଂ ଏହା ଏକ ଟ୍ରିଲିୟନ ଅର୍ଥନୀତିରେ ପହଂଚାଇ ପାରିବ : ବେଦାନ୍ତ

ଲାଞ୍ଜିଗଡ,କଳାହାଣ୍ଡି,୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଭାରତରେ ସର୍ବାଧିକ ଆଲୁମିନିୟମ ଉତ୍ପାଦନ କରୁଥିବା ବେଦାନ୍ତ ଅଲୁମିନିୟମର ସହାୟକ କମ୍ପାନୀ  ବେଦାନ୍ତ ଲାଞ୍ଜିଗଡ ଗତ ସପ୍ତାହରେ ଭୁବନେଶ୍ୱରରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଦ୍ୱାରା ଆୟୋଜିତ ଏଚ୍ଆର ଲିଡରସିପ ସମିଟ୍ ୨୦୧୯ ରେ ଅଂଶ ଗ୍ରହଣ କରିଥିଲା  । କମ୍ପାନୀ ଅନୁସାରେ ଖଣିଜ ପଦାର୍ଥ ଉତଳନ ପ୍ରକ୍ରିୟାକୁ ବଢାଇବା ଦ୍ୱାରା ଓଡିଶାର ଗଚ୍ଛିତ ଖଣିଜ ପଦାର୍ଥ ଉତଳନ ପ୍ରକି୍ରୟାକୁ ସହାଯ୍ୟ ମିଳିପାରିବ ଯାହକି ନୂତନ ନିଯୁକ୍ତି ସୃଷ୍ଟି ସହିତ ଆର୍ଥିକ ବିକାଶ ମଧ୍ୟ ହୋଇପାରିବ  ଏବଂ ଶିଖର ସମ୍ମିଳନି ରେ ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ କୁହାଯାଇଛି ଯେ ଓଡିଶାରେ ଗଚ୍ଛିତ ପ୍ରାକୃତିକ ସମ୍ବଳ ର ବ୍ୟବହାର ଦ୍ୱାରା ଏକ ଟ୍ରିଲିୟନ ଅର୍ଥନୀତିରେ ପହଂଚି ପାରିବା ।

ଶିଖର ସମ୍ମିଳନୀ ରେ ଏକ ଟ୍ରିଲିୟନ ଅର୍ଥନୀତି କୁ ହାସଲ କରିବା ପାଇଁ  ଓଡିଶାର ମାନବ କ୍ଷମତାକୁ ଅନଲକ୍ କରିବା ବିଷୟ ଉପରେ ଆଲୋଚନା ହୋଇଥିଲା ଏବଂ ବକ୍ତା ମାନେ ସର୍ବସମ୍ମତି କ୍ରମେ  କହିଲେ ଯେ ଓଡିଶାରେ ଖଣି ଉତଳନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିଜର ମାନବ ଦକ୍ଷତା କୁ ବଢାଇବା  ଦରକାର, ରାଜ୍ୟରେ ନିବେଶକ ଙ୍କ ପ୍ରବେଶ ପାଇଁ ଅନୁକୁଳ ନିତି, ଆଧୁନିକ ଭିତି ସଂରଚନା ଏବଂ ଉନ୍ନତ ସଂଯୋଜକ ଆବଶ୍ୟକ ରହିଛି ।

ଏହି  ଅବସରରେ ଶ୍ରୀ ରାହୁଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ,ବେଦାନ୍ତ -ଆଲୁମିନା ବ୍ୟବସାୟ  କହିଛନ୍ତି ଯେ ବେଦାନ୍ତ, ସରକାରଙ୍କ ନିତି ଅନୁସାରେ ୨୦୩୦ ସୁଦ୍ଧା ଏକ ଟ୍ରିଲିୟନ ଅର୍ଥନୀତି କୁ ପ୍ରାପ୍ତ କରିବା ପାଇଁ ନିଜର ସମସ୍ତ  ସହାୟତା କୁ ଚାଲୁରଖିବ । ରାଜ୍ୟରେ ୫୦,୦୦୦ କୋଟି ର ସବୁଠାରୁ ଅଧିକ ଅର୍ଥ ବିନିଯୋଗ କରି କମ୍ପାନୀ ବେଦାନ୍ତ ଆଲୁମିନିୟମ  ଓଡିଶାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଏକ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ପ୍ରମୁଖ ନିଯୁକ୍ତି ସୃଷ୍ଟିକାରି ହିସାବରେ ଆମେ ଆପଣଙ୍କୁ ବିଶ୍ୱାସ ଦେଇ ପାରିବୁ ଯେ ଡିଜିଟାଲିକରଣ ଏବଂ ବିବିଧତା ଦ୍ୱାରା ଆମେ ଏହି ସଫଳତା କୁ ହାସଲ କରିବା ପାଇଁ  ସକ୍ଷମ ହୋଇଛୁ ।

ଶିଖର ସମ୍ମିଳନିରେ ବେଦାନ୍ତ ଦ୍ୱାରା ମାନବ ସମ୍ବଳ  ପରିଚାଳନା ଅନ୍ତର୍ଗତ କିଛି ପ୍ରଥାକୁ ପ୍ରଦର୍ଶିତ କରାଯାଇଥିଲା । ଯେଉଁଥିରେ ଆଧୁନିକ ପ୍ରଶିକ୍ଷଣ ଏବଂ ବିକାଶ ମୂଳକ କାର୍ଯ୍ୟ ପାଇଁ  ଡିଜିଟାଲିକରଣ ସାମିଲ ଥିଲା । କମ୍ପାନୀ ମଧ୍ୟ ଲିଙ୍ଗ ବିବିଧତା ଉପରେ ନିଜର ଧ୍ୟାନ କେନ୍ଦ୍ରିଭୁତ କରିଛି ଏବଂ ଏବେ ଏହା ୧୭% ଅଛି  ଯାହାକି ନିର୍ମାଣ କ୍ଷେତ୍ରରେ ସବୁଠାରୁ ଅଧିକ ଅଟେ । ବର୍ତମାନ କମ୍ପାନୀର ୮୦% କାର୍ଯ୍ୟ ଓଡିଶା ରୁ ସଂପାଦିତ ହେଉଛି ।

ଏହା ଏକ ଉଲ୍ଲେଖନୀୟ ସଫଳତା ଅଟେ  ଯେ ବେଦାନ୍ତ ଲାଞ୍ଜିଗଡ କଳାହାଣ୍ଡିରେ ଏକ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରି ଅଟେ  ଏବଂ କମ୍ପାନୀର ଏହି ଅଂଚଳରେ ବିନିଯୋଗଦ୍ୱାରା ପାଖାପାଖି ୪୦୦ ନୂଆ ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି ହୋଇପାରିଛି ।

ଏଚଆର ଶିଖର ସମ୍ମିଳନୀ ଏକ ଏମିତିକା ମଂଚ ଅଟେ ଯେଉଁଠି ଏଚଆର ପେଶାଦାର, ଉଦ୍ୟୋଗ ମୁଖ୍ୟ ଏବଂ ଅନ୍ୟ ହିତାଧିକାରୀ ମାନେ ମିଳିତ ହୋଇ ମାନବ ସମ୍ବଳ ସଂପର୍କିତ ନୂତନ ନୀତି ଓ ଏହାର ରୁପାନ୍ତରଣ ଉପରେ ଆଲୋକପାତ କରିଥାନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.