ପାରାଦ୍ୱୀପ ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଇଫକୋର ସାର ପରିବହନ ପାଇଁ ନିୟୋଜିତ ପାରାଦୀପ ପରିବହନ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ଗାଡିର ପ୍ରାୟ ୨୭୦ଜଣ କର୍ମଚାରୀ ନିଜର ଦାବି ପାଇଁ ୧ତାରିଖରୁ ଆନ୍ଦୋଳନ ଜାରି ରଖିଥିଲେ । ଖବରରୁ ପ୍ରକାଶ ପ୍ରତ୍ୟେକ ଦିନ ଇଫକୋ କାରଖାନାର ଟ୍ରକ୍ ଦ୍ୱାରା ରେଲୁୱେ ସାଇଡିଂ କୁ ସାର ବସ୍ତା ପରିବହନ କରାଯାଇଥାଏ । ପାରାଦ୍ୱୀପ ପରିବହନ ସଂସ୍ଥା ଏହି ପରିବହନ କାର୍ଯ୍ୟ କରୁଥିବା ବେଳେ ପ୍ରାୟ୫୦ଗାଡିର ୨୭୦ଜଣ କର୍ମଚାରୀ ବିନା ନୋଟିସରେ ବିଭିନ୍ନ ଅନୈତିକ ଦାବି ପାଇଁ ରେଲୁୱେ ସାଇଡିଂ ଠାରେ ଧାରଣାରେ ବସିଥିଲେ । ତେବେ ଜିଲ୍ଳା ପ୍ରଶାସନ ଉଦ୍ୟମ ଫଳରେ ଆଜି ଗାଡି କର୍ମଚାରୀମାନେ ନିସର୍ତ ଭାବେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଇଫକୋ ପରିସରରେ ୧୪୪ ଧାରା ବଳବତର ରହିଛି ବୋଲି ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ରଙ୍କ ଠାରୁ ସୂଚନା ମିଳିଛି । ତେବେ ଇଫକୋର ପରିବହନ କାର୍ଯ୍ୟକୁ ହାତେଇବା ପାଇଁ ଏପରି ଡ୍ରାମାର ଷଡଯନ୍ତ୍ର କରାଯାଇଥିବା ର ଚର୍ଚ୍ଚା ହେଉଛି । ଯାହା ଫଳରେ ଇଫକୋ ପରି ଏକ ନାମକରା ସଂସ୍ଥାର କ୍ଷତି ହେଉଛି ବୋଲି କିଛି ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର
