Friday , January 28 2022
Breaking News
Home / ବିଶେଷ / ସଂପର୍କ ସାହିତ୍ୟ ସୃଷ୍ଟି କରିଥାଏ

ସଂପର୍କ ସାହିତ୍ୟ ସୃଷ୍ଟି କରିଥାଏ

ସାଲେପୁର ୦୩/୦୯/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) : ସଂପର୍କ ଜୀବନ ଓ ସମାଜକୁ ଚଳଚଂଚଳ କରିଥାଏ । ଏକବିଂଶ ଶତାଦ୍ଧିରେ ସଂପର୍କ କମିକମି ଆସୁଥିବା ବେଳେ ସଂପର୍କକୁ ସୁଦୃଢ଼ କରିବା ପାଇଁ ସଂପର୍କ ସାହିତ୍ୟ ସଂସଦର ଉଦ୍ୟମ ଏକ ଶୁଭ ସଂକେତ ବୋଲି ସଂସଦର ୧୬ତମ ସ୍ୱନକ୍ଷତ୍ର ଉସôବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତି୍ୟକ ଡ଼ଃ ବିଜୟାନନ୍ଦ ସିଂହ ଯୋଗଦେଇ ପ୍ରକାଶ କରିଥିଲେ । ସଂପର୍କ ବିନା ସାହିତ୍ୟ ସୁଦୃଢ଼ ହୋଇପାରିବ ନାହିଁ ବୋଲି ଡଃ ସିଂହ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ କାଦମ୍ବିନୀ ଓ କୁନିକଥାର ସଂପାଦିକା ଡଃ ଇତି ସାମନ୍ତ ଏହି ସ୍ୱନକ୍ଷତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପତ୍ରିକା ହୋଇଛି ସାହିତ୍ୟର ଏନ୍ତୁଡ଼ିଶାଳ, ଗାଁ ଗହଳିରେ ସାହିତ୍ୟ ପୁରିରହିଛି ଓ ସାହିତ୍ୟକୁ ଭଲ ପାଇଲେ ସାହିତ୍ୟ ଆଗେଇବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସଂପର୍କ ସାହିତ୍ୟ ସୃଷ୍ଟିର ମୁଖ୍ୟ ମାଧ୍ୟମ ବୋଲି ଡ଼ଃ ସାମନ୍ତ କହିଥିଲେ । ସାଲେପୁର ବ୍ଲକ୍ ସଉରୀ ପଂଚାୟତ କିଶିନାପୁର ଠାରେ ଥିବା ଶ୍ରୀ ଶ୍ରୀ ଚାଟେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ସଂସଦର ସଭାପତି ତୁଷାରକାନ୍ତ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସଂପାଦକ କବି ଚନ୍ଦ୍ରମଣି ଭୂୟାଁ ଅତିଥିମାନଙ୍କ ପରିଚୟ ପ୍ରଦାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତି୍ୟକା ଡଃ ମିନାକ୍ଷୀ ଦାଶ, ନାଟ୍ୟକାର ଓ ସାହିତ୍ୟ ଆଲୋଚକ ମୁକୁନ୍ଦ ଶତପଥୀ, ଶିବାଶିଷ କର, ଡ଼ଃ ପୂଣ୍ଣଚନ୍ଦ୍ର ଓଝା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଂସଦର ମୁଖପତ୍ର ସଂପର୍କକୁ ବିଭୂତି ଭୂଷଣ ପରିଡ଼ାଙ୍କ ପରିଚାଳନାରେ ଅତିଥିମାନେ ଉନ୍ମୋଚନ କରିଥିଲେ । ସେହିପରି ତୁଷାରକାନ୍ତ ମହାନ୍ତିଙ୍କ ଲିଖିତ ପୁସ୍ତକ ଶ୍ରୀଶ୍ରୀ ଚାଟେଶ୍ୱର ମହାଦେବ ଓ ଗାଳ୍ପିକା ସୈାଭାଗିନୀ ପରିଡ଼ାଙ୍କ ଲିଖିତ ଗଳ୍ପ ପୁସ୍ତକ ମୁଗ୍ଧ ମୃଗତୃଷ୍ଣାର ଶୁଭଉନ୍ମୋଚନ ହୋଇଥିଲା । ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ସାହିତ୍ୟ ଗୈାରବ ସମ୍ମାନରେ ପ୍ରଫୁଲ୍ଲ ବାରିକ୍, ଶିକ୍ଷାଗୈାରବ ସମ୍ମାନରେ ଯଶସ୍ୱିନୀ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ସମ୍ମାନରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, କଳାଗୈାରବ ସମ୍ମାନରେ ଅମରେନ୍ଦ୍ର ପରିଜା, ଶିକ୍ଷକ ଗୈାରବ ସମ୍ମାନରେ ସୁନାକର ବେହେରା, ସଫଳ ଯୁବଆଇନଜିବୀ ସମ୍ମାନରେ ରବିନ୍ଦ୍ର କୁମାର ପଣ୍ଡା, ସ୍ୱତନ୍ତ୍ର ଭାବେ ଅମରେଶ ମହାନ୍ତି , ମାନସ କୁମାର ଲେଙ୍କାଙ୍କୁ ଉରୀୟ ମାନପତ୍ର , ପୁଷ୍ପଗୁଚ୍ଛ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼ଃ ତରୁଲତା ଦେବୀ, ରାଜୀବ ଷଢ଼ଙ୍ଗୀ, ମହେନ୍ଦ୍ର ଘଡ଼େଇ, ଉର୍ବଶି ସାହୁ ମାନପତ୍ର ପାଠ କରିଥିଲେ । ମଂଚାସୀନ ବରେଣ୍ୟ ଅତିଥିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୈାମ୍ୟରଂଜନ ଭୂୟାଁ, ଆଲୋକ କୁମାର ରାଉତ, ଅବତନ ଷଢ଼ଙ୍ଗୀ, ବିନତା ମିଶ୍ର, ବିଶ୍ୱରଂଜନ ସାହୁ, ଦେବଜାନୀ ଜେନା, ଗୋଲକ ଚନ୍ଦ୍ର ଦାଶ, ସୁରେଶ ଚନ୍ଦ୍ର ସ୍ୱାଇଁ, ଶାରଦା ପ୍ରସନ୍ନ ସାହୁ, ସୁଧିର ପ୍ରଧାନ, କିର୍ତୀ ରଂଜନ ଭୂୟାଁ, ଉମେଶ ଚନ୍ଦ୍ର ସାହୁ, ହରେକୃଷ୍ଣ ବେହେରା ଓ ଜପକୁଦ ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ମାନେ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସର୍ବମୋଟ ୯ହଜାର ୩ଶହ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ …

Leave a Reply

Your email address will not be published. Required fields are marked *