Monday , October 18 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବଡ଼ ଆଖଡ଼ା ମଠକୁ ପୋଲିସ୍ ସିଲ କଲା – କିଛି ସମୟ ପରେ ହୋଇପାରେ ଉଛେଦ

ସଂକ୍ଷେପରେ ତାଜା ଖବର : ବଡ଼ ଆଖଡ଼ା ମଠକୁ ପୋଲିସ୍ ସିଲ କଲା – କିଛି ସମୟ ପରେ ହୋଇପାରେ ଉଛେଦ

 – ସାଧୁସନ୍ଥ ଙ୍କ ବୁଲ ଡ଼ୋଜର ସମ୍ମୁଖରେ ଧାରଣା – ମହନ୍ତ ଙ୍କୁ ଜିଲାପାଳଙ୍କ ସହିତ ଆଲୋଚନା ପାଇଁ ନିଆଗଲା
ପୁରୀ,୦୩/୦୯/୨୦୧୯(ଓଡ଼ିଶା ସମାଚାର)- ରବିବାର ଓ ଗଣେଷ ପୂଜା ଥିବାରୁ ଗତ ରବିବାର ଓ ସୋମବାର ଦୁଇ ଦିନ ଶ୍ରୀ ମନ୍ଦିର ନିକଟରୁ ଉଛେଦ ବନ୍ଦ ରହିଥିଲା । ମଙ୍ଗଳବାର ପୁଣି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ବଡ଼ ଆଖଡ଼ା ମଠ ଭଙ୍ଗା ଯିବାର ଯୋଜନା ଥିଲେ ମଧ୍ୟ ତାହାକୁ ବନ୍ଦ ରଖାଯାଇଛି । ଏହାକୁ ଭଙ୍ଗାଯିବା କୁ ସାଧୁସନ୍ଥମାନେ ବିରୋଧ କରୁଛନ୍ତି । ସେମାନଙ୍କ ମନରେ କିଛି ଅସନ୍ତୋଷ ରହିଛି । ତେଣୁ ଆଜି ବଡ଼ ଆଖଡ଼ା ମଠ ଭଙ୍ଗା ବନ୍ଦ ରଖାଯାଇଛି । ବୁଝାସୁଝା କରାଯାଇ , ଆଲୋଚନା ପରେ ସହମତିରେ ଭଙ୍ଗା କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି । ତେବେ ବର୍ତମାନ ମିଳିଥିବା ତାଜା ସୂଚନା ଅନୁସାରେ ବଡ଼ ଆଖଡ଼ା ମଠକୁ ପୋଲିସ୍ କର୍ଡ଼ନ କରିଥିବାବେଳେ ବୁଲଡ଼ୋଜର ସମ୍ମୁଖରେ ସାଧୁସନ୍ଥମାନେ ଧାରଣା ଦେଇଛନ୍ତି । ବଡ଼ ଆଖଡ଼ା ମଠ ଚାରିପାଖରେ ୧୦ ପ୍ଳାଟୁନ୍ ଫୋର୍ସ ୁତୟନ କରାଯାଇଛି । ମଠ ମହନ୍ତଙ୍କୁ ଜିଲାପାଳଙ୍କ ସହିତ ଆଲୋଚନା ପାଇଁ ଉପଜିଲାପାଳ ତାଙ୍କ ସାଙ୍ଗରେ ନେଇଛନ୍ତି । ମଠ ଖାଲି କରିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ – ଜଣେ ଗୁରୁତର ଆହତ

ଖୋର୍ଦ୍ଧା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପାରିବାରିକ ଗଣ୍ଡଗୋଳରୁ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ବିଭୂତି …

Leave a Reply

Your email address will not be published. Required fields are marked *