ପୁରୀ,୦୩/୦୯/୨୦୧୯(ଓଡ଼ିଶା ସମାଚାର)- ରବିବାର ଓ ଗଣେଷ ପୂଜା ଥିବାରୁ ଗତ ରବିବାର ଓ ସୋମବାର ଦୁଇ ଦିନ ଶ୍ରୀ ମନ୍ଦିର ନିକଟରୁ ଉଛେଦ ବନ୍ଦ ରହିଥିଲା । ମଙ୍ଗଳବାର ପୁଣି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ବଡ଼ ଆଖଡ଼ା ମଠ ଭଙ୍ଗା ବନ୍ଦ ରଖାଗଲା । ମଙ୍ଗଳବାର ବଡ଼ ଆଖଡ଼ା ମଠ ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ଏହାକୁ ଭଙ୍ଗାଯିବା କୁ ସାଧୁସନ୍ଥମାନେ ବିରୋଧ କରୁଛନ୍ତି । ସେମାନଙ୍କ ମନରେ କିଛି ଅସନ୍ତୋଷ ରହିଛି । ତେଣୁ ଆଜି ବଡ଼ ଆଖଡ଼ା ମଠ ଭଙ୍ଗା ବନ୍ଦ ରଖାଯାଇଛି । ବୁଝାସୁଝା କରାଯାଇ , ଆଲୋଚନା ପରେ ସହମତିରେ ଭଙ୍ଗା କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର