Tuesday , October 26 2021
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ୱର,୦୩/୦୯/୨୦୧୯(ଓଡ଼ିଶା ସମାଚାର)- ଶ୍ରୀମନ୍ଦିରର ସୁରକ୍ଷା ଜୋନ୍ରୁ ସ୍ଥାନାନ୍ତରିତ ହେବାକୁଥିବା ଘର, ଦୋକାନ ଓ ମଠଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି । ଥଇଥାନ ନୀତି ଅନୁସାରେ ଅଧିଗୃହୀତ ଅଞ୍ଚଳରେ ଥିବା ଘରପାଇଁ ସବୁ ପରିବାରକୁ କ୍ଷତିପୂରଣ ଦିଆଯିବ । ଜିଲ୍ଲାପାଳ ବଲୱନ୍ତ ସିଂ ଅନୁଷ୍ଠିତଏକ ସାମ୍ବାଦିକ ସମ୍ମିଳନୀରେ ସହାୟତା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସିଂ କହିଲେ ଯେ ଶ୍ରୀମନ୍ଦିରଚତୁଃପାଶ୍ୱର୍ରେ ସୁରକ୍ଷା ଜୋନ୍ ବା ନିରାପତା ଅଂଚଳ ନିର୍ମାଣ ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣକରିଛନ୍ତି । ଏହି ନିରାପତା ଜୋନ ମଧ୍ୟରେ ରହିଥିବା ଘର, ଦୋକାନ ଓ ମଠ ଗୁଡ଼ିକୁ ସମ୍ପ୍ରତିଉଚ୍ଛେଦ କରାଯାଉଛି । ତେବେ ଶ୍ରୀମନ୍ଦିର ସୁରକ୍ଷାଜୋନରୁ ସ୍ଥାନାନ୍ତରିତ ବାସଗୃହ, ଦୋକାନ ଓ ଲଜିଂମାନଙ୍କ ପାଇଁ ୨୦୧୩ ମସିହାରେ ଘୋଷିତ ଥଇଥାନ ନୀତି ସହ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସନୀତି ଅନୁଯାୟୀ କ୍ଷତିପୂରଣ ତଥା ସହାୟତାପ୍ରଦାନ କରାଯିବ । ଶ୍ରୀମନ୍ଦିର ସୁରକ୍ଷା ହେଉଛି ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା । ସୁରକ୍ଷାଜୋନ ପାଇଁ ବିଭିନ୍ନ ମଠ, ମନ୍ଦିର, ବାସଗୃହ ଓ ବ୍ୟବସାୟ ପ୍ରତିଷ୍ଠାନ ସ୍ଥାନାନ୍ତର ଜରୁରୀ ହୋଇଥିବାରୁ ଏଥିପାଇଁ ପୁରୀ ସହରର ଜନସାଧାରଣଙ୍କ ସହଯୋଗ ଆବଶ୍ୟକ । ଶ୍ରୀମନ୍ଦିର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଏକ ସୁରକ୍ଷିତ ଅଞ୍ଚଳସୃଷ୍ଟି କରିବା ପାଇଁ ନିଷ୍ପତି ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଶ୍ରୀମନ୍ଦିର ଆମର ଏକ ପ୍ରମୁଖ ଐତିହ୍ୟସ୍ଥଳ ହୋଇଥିବାରୁ ଏହାର ସୁରକ୍ଷା ସହିତ କୌଣସି ସାଲିସ କରାଯାଇ ନପାରେ ବୋଲି ରାଜ୍ୟସରକାର ସ୍ପଷ୍ଟ କରିଛନ୍ତି । ସ୍ଥାନାନ୍ତରିତ ହେଉଥିବା ପରିବାରମାନଙ୍କୁ ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚପାଇଁ ତୁରନ୍ତ ୫୦ ହଜାର ଟଙ୍କା ଦିଆଯିବ । ବିସ୍ଥାପିତ ପରିବାର ଗୁଡ଼ିକ ବାସଗୃହ କିମ୍ବା ଜମିପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୧୦ ହଜାରଟଙ୍କା ଘର ଭଡ଼ା ବାବଦରେ ମିଳିବ । ତେବେ ଏକକାଳୀନ ସହାୟତା ନେଉଥିବା ପରିବାର ଗୁଡ଼ିକ ପାଇଁ ଏହା ପ୍ରଯୁଜ୍ୟ ହେବନାହିଁ । ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଯଦି କାହାର ଜମିଅଧିଗୃହୀତ ହୁଏ ତେବେ ତାଙ୍କୁ ଜମି ଓ ସେଥିରେ ଥିବା କୋଠାର ମୂଲ୍ୟ ଦିଆଯିବ । ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ବିସ୍ଥାପିତ ପରିବାର ୩ ଗୋଟି ଇଚ୍ଛାଧୀନ ସହାୟତା ମଧ୍ୟରୁ ଯେ କୌଣସି ଗୋଟିଏକୁ ବାଛିପାରିବେ । ପ୍ରଥମ ସହାୟତାହେଲା, ଗୋଟିଏ ବିସ୍ଥାପିତ ପରିବାର ଯଦି ଚାହିଁବ ତେବେ ଏକକାଳୀନ ୩୦ ଲକ୍ଷ ଟଙ୍କା ନେଇପାରିବ । ୩୦ଲକ୍ଷ ଟଙ୍କା ନେବା ପରେ ଅନ୍ୟଠାରେ ସେ ଜମି କିଣି ଘର କରିପାରିବ । ସେ କ୍ଷେତ୍ରରେ ସରକାରଙ୍କର କୌଣସି ଦାୟିତ୍ୱ ରହିବ ନାହିଁ । ଦ୍ୱିତୀୟ ସହାୟତା ହେଲା, ବିସ୍ଥାପିତ ପରିବାର ମନ୍ଦିରର ୧.୫ କିମି ଅଞ୍ଚଳ ମଧ୍ୟରେ ପ୍ରସ୍ଥାବିତ ପୂନର୍ବାସ ଓ ଥଇଥାନ କଲୋନୀରେ ଯଦି ଚାହିଁବେ ୫୨୦ବର୍ଗଫୁଟର ଜି+୨ ଫ୍ଲାଟ ନେଇପାରିବେ । ତୃତୀୟ ସହାୟତା ହେଲା, ଯଦି ମନ୍ଦିରରଦୁଇ କିଲୋମିଟର ମଧ୍ୟରେ ଜମି ନେବାକୁ ଚାହିଁବେ ତେବେ ୪୦ ଙ୍ଘ୨୫ଫୁଟରେ ଜମି ନେଇପାରିବେ । ବିସ୍ଥାପିତ ପରିବାରଙ୍କୁ ଫ୍ଲାଟ କିମ୍ବା ଜମି ସରକାରଙ୍କ ପକ୍ଷରୁ ମିଳିବା ପର୍ଯ୍ୟନ୍ତ ସରକାରସେମାନଙ୍କୁ ମାସିକ ୧୦ହଜାର ଟଙ୍କା ଘରଭଡା ବାବଦରେ ଦେବେ । ତେବେ ଏକକାଳୀନ ସହାୟତାରାଶି ନେଇଥିବା ପରିବାର ଘରଭଡ଼ା ସାହାଯ୍ୟ ପାଇବେ ନାହିଁ । ଦୋକାନ ଘର ପାଇଁ ମଧ୍ୟ ଏହି ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ବିସ୍ଥାପିତ ପରିବାରଙ୍କୁ ପରିବହନ ଖର୍ଚ୍ଚ ବାବଦରେ ୫୦ହଜାର ଟଙ୍କା ପ୍ରଦାନ କରାଯିବ । ଦୋକାନଘର ପାଇଁ ମଧ୍ୟ ଦୁଇ ପ୍ରକାର ସହାୟତା ଘୋଷଣା କରାଯାଇଛି । ଏଥି ମଧ୍ୟରୁ ଯେକୌଣସି ଗୋଟିଏକୁ ବିସ୍ଥାପିତ ବାଛିପାରିବେ । ବେସରକାରୀ ଜମିରେକିମ୍ବା ମଠ ସମ୍ପତିରେ ୨୦୦ ବର୍ଗଫୁଟରୁ କମ୍, ୨୦୦ରୁ୫୦୦ ବର୍ଗଫୁଟ ମଧ୍ୟରେ ଏବଂ ୫୦୦ବର୍ଗଫୁଟରୁ ଅଧିକ ଜମିରେ ଦୋକାନ କରି ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ସ୍ଥାୟୀ ଦୋକାନ ଦିଆଯିବା ସହିତ ଦୋକାନ ଯୋଗାଣ ପର୍ଯ୍ୟନ୍ତ ମାସିକ ଭଡ଼ା ବାବଦରେ ଯଥାକ୍ରମେ ୫ ହଜାର, ୧୦ହଜାର ଓ ୧୫ ହଜାର ଟଙ୍କା ଦିଆଯିବ । ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ ମାର୍କେଟ କମ୍ବ୍ଲେକ୍ସରେ ଉପଲବ୍ଧ ଦୋକାନଘର ତାଙ୍କୁ ମିଳିବ । ବେସରକାରୀ ଜମିରେ ଦୋକାନ କରିଥିବା ଦୋକାନୀଙ୍କୁ ସ୍ଥାୟୀ ଦୋକାନ ମିଳିବା ସହିତ ଯେଉଁ ମଠ ଜମିରେ ଦୋକାନୀ ଥିବେ ସେମାନଙ୍କୁ ମଧ୍ୟ ଦୋକାନଘର ମିଳିବ । ଯେଉଁ ମଠରୁ ଯେତୋଟି ଦୋକାନଘର ଉଚ୍ଛେଦ ହେବ ସେହି ମଠକୁସେତିକିଟି ଦୋକାନଘର ଦିଆଯିବ । ମଠରୁ ଦୋକାନ ଭଡ଼ା ଆକାରରେ ନେଇ ଯେଉଁମାନେବ୍ୟବସାୟ କରୁଥିଲେ ମଠ ସେହିମାନଙ୍କୁ ଦୋକାନଘର ଭଡ଼ାରେ ଦେବ ଏବଂ ସେହି ଦୋକାନ ଭଡ଼ାମଠ ମହନ୍ତ ଗ୍ରହଣ କରିବେ । ସମ୍ପୃକ୍ତ ଅର୍ଥ ମଠର ପରିଚାଳନା ପାଇଁ ମହନ୍ତ ବ୍ୟୟ କରିବେ । ସିକୁ୍ୟରିଟି ଜୋନ ମଧ୍ୟରେ ଆସୁଥିବା ପ୍ରତ୍ୟେକ ଦୋକାନଘରର ଦୋକାନୀଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଯିବ । ସେହିଭଳି ଅଧିଗ୍ରହଣ କରାଯିବାକୁ ଥିବା ଲଜିଂ ମାଲିକମାନେ ମଧ୍ୟ ସହାୟତା ପାଇବେ । ଯେଉଁ ଲଜ୍ ଗୁଡ଼ିକର ପରିଧି ୧୫୦୦ ବର୍ଗଫୁଟରୁ ଅଧିକ ହୋଇଥିବ ସେମାନଙ୍କ ପାଇଁ ନିର୍ଦ୍ଧାରିତ ପୁନର୍ବାସ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନର ବ୍ୟବସ୍ଥାକରାଯାଇଛି । ୩ହଜାର ବର୍ଗଫୁଟରୁ ଅଧିକ ଜମିରେ ଥିବା ଲଜିଂ ଗୁଡିକୁ ୧୦ଲକ୍ଷ ଟଙ୍କା, ୩ ହଜାର ବର୍ଗଫୁଟରୁ କମ ଜମିରେ ଥିବା ଲଜ୍ ଗୁଡ଼ିକ ପାଇଁ ୫ଲକ୍ଷ ଟଙ୍କା ତୁରନ୍ତ ସହାୟତା ରାଶି ପ୍ରଦାନକରାଯିବ । ଏହାଛଡା ପ୍ରତି ଲଜ୍ କୁ ବର୍ଗଫୁଟ ପିଛା ୨୫ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହାୟତା ଦିଆଯିବ । ୧୮ ମାସ ପର୍ଯ୍ୟନ୍ତ ସମ୍ପୃକ୍ତ ଲଜ୍ ମାଲିକ ଏହି ସହାୟତା ରାଶି ପାଇବେ । ଲଜ୍ ପାଇଁ ବ୍ୟବହୃତ ହୋଇଥିବା ଜମି ଓ ଅନ୍ୟାନ୍ୟ ସମ୍ପତିର ଅଧିଗ୍ରହଣ କ୍ଷେତ୍ରରେ ସ୍ୱତନ୍ତ୍ର ଥଇଥାନ ଓପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ । ଲଜ୍ମାଲିକମାନେ ବିଲ୍ଟଅପ୍ ଏରିଆରପ୍ରତି ବର୍ଗଫୁଟ ପାଇଁ ୨ହଜାର ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ କିମ୍ବା ବଡ଼ଦାଣ୍ଡର ଉଭୟପାଶ୍ୱର୍ର ୩୦୦ମିଟର ମଧ୍ୟରେ ସେମାନେ ଚାହିଁଲେ ୫୦ ଙ୍ଘ୩୦, ୫୦ ଙ୍ଘ୪୦, ୫୦ ଙ୍ଘ୬୦ ବର୍ଗଫୁଟ ଜାଗା ଯୋଗାଇ ଦିଆଯିବ । ଏହି ଜମିରେ ଲଜ୍ ନିର୍ମାଣ ପାଇଁ ବର୍ଗଫୁଟପିଛା ୭୫୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜରେ ଘୋଷିତ ସହାୟତା ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଥିଲେ ଯେ ସେମାନଙ୍କୁଏକକାଳୀନ ୩୦ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ସେମାନଙ୍କର ବ୍ୟବସାୟ ପାଇଁ ଜିଲ୍ଲାପାଳ ନିର୍ଦ୍ଧାରିତ ଜାଗା ଯୋଗାଇଦେବେ । ସୁରକ୍ଷିତ ଜୋନ୍ ମଧ୍ୟରେ ଥିବା ମଠଗୁଡ଼ିକ ପାଇଁ ଏକବିସ୍ତୃତ ଥଇଥାନ, ସଂରକ୍ଷଣ ଓ ପୁନର୍ବାସର ବ୍ୟବସ୍ଥା କରାଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ସିଂକହିଲେ ଯେ ସେ ସମ୍ପୃକ୍ତ ପକ୍ଷମାନଙ୍କ ସହିତ ଏକକ ଭାବେ ଆଲୋଚନା କରି ନିଷ୍ପତି ଗ୍ରହଣକରିବେ । ମଠର ଗାଦି ଓ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ । ପ୍ରତ୍ୟେକ ମଠରସ୍ୱତନ୍ତ୍ର ପରିଚୟ ଥିବାରୁ ସେଗୁଡ଼ିକର ପୁନର୍ବିନ୍ୟାସ ସମୟରେ ସମ୍ପୃକ୍ତ ମଠର କୀର୍ତିରାଜିର ସଂରକ୍ଷଣକରାଯିବା ସହିତ ଶ୍ରୀମନ୍ଦିରରେ ସେବା ପାଇଁ ଥିବା ପାରମ୍ପରିକ ବ୍ୟବସ୍ଥା ବଜାୟ ରହିବ । ଏହିମଠଗୁଡ଼ିକରେ ପାର୍କିଂ ବ୍ୟବସ୍ଥା ସହିତ ସେମାନଙ୍କ ଆର୍ଥିକ ସୁରକ୍ଷା ପାଇଁ ମାର୍କେଟ କମ୍ପ୍ଲେକ୍ସମାନଙ୍କରେଦୋକାନଘର ଯୋଗାଇ ଦିଆଯିବ । ଏହି ପ୍ୟାକେଜ ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ । ଜିଲ୍ଲାପାଳ ସମ୍ପୂୂର୍ଣ୍ଣ ପକ୍ଷଙ୍କ ସହ ଆଲୋଚନା କରି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅନୁମୋଦନ କ୍ରମେ ଏହିପ୍ୟାକେଜର ଆବଶ୍ୟକ ସ୍ଥଳେ ପରିବର୍ତନ କରିପାରିବେ । ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ଦିନମଧ୍ୟରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ସୁରକ୍ଷା ଜୋନରେ ଥିବା ସେମାନଙ୍କ ସମ୍ପ୍ରତିି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ ସହିତ ୧୦ପ୍ରତିଶତ ଅଧିକ ଅର୍ଥ ସହାୟତା ଦିଆଯିବବୋଲି ବ୍ୟବସ୍ଥା ରହିଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଶ୍ରୀମନ୍ଦିର ସୁରକ୍ଷା ଓ ବିକାଶ ପାଇଁ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ କମିଶନଙ୍କ କେତେକ ପ୍ରସ୍ତାବ ଗ୍ରହଣ କରିଛନ୍ତି । ଜଷ୍ଟିସ ଦାସ କମିଶନଙ୍କ ଏକ ଗୁରୁପୂର୍ଣ୍ଣ ପ୍ରସ୍ତାବ ହେଉଛି ଶ୍ରୀମନ୍ଦିରର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ପ୍ରସ୍ଥ ବିଶିଷ୍ଟ ଏକ ସୁରକ୍ଷା ଜୋନ୍ ନିର୍ମାଣ କରିବା । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ଓ ତଦନୁଯାୟୀ ସୁରକ୍ଷିତ ଜୋନମଧ୍ୟରେ ଥିବା ଘର, ଦୋକାନ ଓ ମଠଗୁଡିକୁ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଏଥିପାଇଁ ରାଜ୍ୟ ସରକାରପୁରୀର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ

ପାରାଦୀପ ୨୬/୧୦/୨୦୨୧(ଓଡ଼ିଶା ସମାଚାର)- ମଙ୍ଗଳବାର ଦିନ ପୂର୍ବାହ୍ନରେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *