ଭୁବନେଶ୍ୱର ,୦୩/୦୯/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ୱରରେ ଲାଗିବ ୧ ହଜାର ସୋଲାରଷ୍ଟ୍ରିଟ୍ ଲାଇଟ୍ । ଏନେଇ ସୋମବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଭବୁନେଶ୍ୱରର ବିଭିନ୍ନ ସ୍ଥାନକୁ ସୋଲାର ଲାଇଟ୍ ଦ୍ୱାରା ଆଲୋକିତ କରିବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ୨ କୋଟି୨୭ ଲକ୍ଷ ଟଙ୍କା ଦେବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଫାନି ସମୟରେ ରାଜଧାନୀର ବିଭିନ୍ନ ରାସ୍ତାରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଭାଙ୍ଗିଯାଇଥିଲା । ଯାହାକି ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ମରାମତି ହୋଇନାହିଁ । ଯେଉଁଥି ପାଇଁ ସହରର ଅନେକ ରାସ୍ତା ଏବେ ଅନ୍ଧାରରେ ରହୁଛି । ବିଏମସି ପକ୍ଷରୁ ସହର ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସଠିକ୍ ସମୟରେ ଏହାକୁ ମରାମତି କରାଯାଉ ନଥିବାରୁ ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ନିଜର ଅସନ୍ତୋଷ ଜାହିର କରିଛନ୍ତି । ତେବେ ଏହି ୧ ହଜାର ଲାଇଟ୍ ଲାଗିବା ପରେ ସହରର ଅନେକ ଅନ୍ଧୁରୁଆ ସ୍ଥାନ ଆଲୋକିତ ହୋଇପାରିବ ବୋଲି ଆଶା ରହିଛି । ଓଡ଼ିଶା ସମାଚାର