Friday , January 28 2022
Breaking News
Home / ବିଶେଷ / ବ୍ଲକସ୍ତରୀୟ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ଲକସ୍ତରୀୟ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,୦୩/୦୯/୨୦୧୯(ଓଡ଼ିଶା ସମାଚାର)-ଆଜି ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବାଳକାଟିସ୍ଥ ନିର୍ମାଣ କମ୍ପ୍ଲେକ୍ସଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଏକ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଲିଅନ୍ତା ବ୍ଲକର ୨୦ରୁ ଉଦ୍ଧ୍ୱର୍ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ସର୍ବସମ୍ମତି କ୍ରମେ ‘ବା’ଓ ବାପୁଙ୍କ ୧୫୦ତମ ଜୟନ୍ତୀ କମିଟି ବାଲିଅନ୍ତା ବ୍ଲକ ନାମରେ ନୂତନ ଭାବେ ଗଠନ କରାଯାଇଅଛି । ଏହି କମିଟିରେ ଆବାହକ ଭାବେ ସନ୍ତୋଷ କୁମାର ସେନାପତି, ସଭାପତି ବିଧୁଭୂଷଣ ପଟ୍ଟନାୟକ, ଉପସଭାପତି ଅକ୍ଷୟ ବେହେରା, ସମ୍ପାଦକ ସିଦ୍ଧେଶ୍ୱର ମହାନ୍ତି, ଯୁଗ୍ମ ସମ୍ପାଦକ ନାରାୟଣ ବେହେରା, କାର୍ଯ୍ୟକାରୀ ସମ୍ପାଦକ ଦୀନବନ୍ଧୁ ଭୋଇ, କାର୍ଯ୍ୟକାରୀ ସଂଯୋଜକ ଭାବେ ରଞ୍ଜନ କୁମାର ମହାପାତ୍ର ଚୟନ କରାଯାଇଥିଲା । ଆଗାମୀ ଦିନରେ କମିଟି ବ୍ଲକସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ବୃକ୍ଷରୋପଣ, ସାଇକେଲ୍ ଶୋଭାଯାତ୍ରା ଏବଂ ବ୍ଲକସ୍ତରୀୟ ସମାଜସେବୀ, ଶିକ୍ଷାବିତ୍ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସର୍ବମୋଟ ୯ହଜାର ୩ଶହ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ …

Leave a Reply

Your email address will not be published. Required fields are marked *