ଭୁବନେଶ୍ୱର,୦୩/୦୯/୨୦୧୯(ଓଡ଼ିଶା ସମାଚାର)-ବିର୍ଲା ଗ୍ଲୋବାଲ ୟୁନିଭରସିଟି,ଭୁବନେଶ୍ୱରର ବିର୍ଲା ସ୍କୁଲ୍ ଅଫ୍ ମ୍ୟାନେଜ୍ମେଂଟ ପକ୍ଷରୁ“ଇଣ୍ଡିଆନ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ : ସୁଯୋଗ ଏବଂ ଆହ୍ୱାନ”ସଂପର୍କୀତ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତହୋଇଯାଇଛି । ଏହି ଆଲୋଚନାଚକ୍ରକୁ ବିଜିୟୁର କୁଳପତିଡଃ ସୁଧାକର ପଣ୍ଡା ଉଦ୍ଘାଟନ କରିଥିଲେ । ଏଥିରେଏମ୍ଆଇଟିଏସ୍ ଫୁଡ୍ ପାର୍କରପରିଚାଳନା ନିର୍ଦ୍ଦେଶକ ଶ୍ରୀରାମ ପଣ୍ଡାମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲୋ ଏହି ଅବସରରେ ଶ୍ରୀ ପଣ୍ଡା ବର୍ତମାନ ସମୟରେ ଉଦ୍ୟୋଗୀମାନଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ଉପଯୋଗ କରି ଏକ ପରିବର୍ତନଶୀଳ ସମାଜର ସ୍ୱପ୍ନଦେଖିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।ସ୍କିଲ୍ସ୍ପ୍ରୋର ଜୟଦୀପ ରକ୍ଷିତ,ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ନୂତନ ପିଢିରଉଦ୍ୟୋଗୀମାନଙ୍କ ଚିନ୍ତାଧାରା ବ୍ୟବହାରିକ ସମସ୍ୟାର ସମାଧାନ ଦିଗରେ ବିନିଯୋଗ ହେବା ଉଚିତ ବୋଲି କହିଥିଲେ । ବିର୍ଲା ସ୍କୁଲ୍ ଅଫ୍ ମ୍ୟାନେଜମେଂଟର ଡିନ୍ ଡଃ ପରମେଶ୍ୱରନାୟକ ଏହି ଅବସରରେ ସଫଳ ଉଦ୍ୟୋଗୀ ହେବାକୁ ସାମନା କରୁଥିବା ସମସ୍ୟା, ସଂଘର୍ଷ ଏବଂ ଅସଫଳତାର କାହାଣୀ ଏକସଫଳ ଉଦ୍ୟୋଗୀ ହେବାକୁ ବାଟ କଢେଇପାରିବ ବୋଲି କହିଥିଲେ ।ଏହି ଆଲୋଚନାଚକ୍ରରେ କିଛି ଯୁବ ଉଦ୍ୟୋଗୀ ଯୋଗଦେଇ ନିଜର ଅଭିଜ୍ଞତା ବାଂଟିଥିଲେ । ଏମାନଙ୍କ ମଧ୍ୟରେ ଟେଟ୍ରାହେଡ୍ରୋନ୍ ମ୍ୟାନୁଫ୍ୟାକ୍ଚରିଂ ସର୍ଭିସେସର ଆଲୋକ ସାହୁ,ଟ୍ରିନୀଟି ସ୍କୋଡାର ଶ୍ରୀଲୋକ ମହାପାତ୍ର, ଭିଲ୍ଲା ମାର୍ଟର ରମେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ଦ୍ୱିତୀୟଭାଗରେ ଇଣ୍ଡିଆନ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ : ସୁଯୋଗ ଏବଂଆହ୍ୱାନ ସମ୍ବନ୍ଧୀୟ ଏକ ପ୍ୟାନେଲ୍ ଡିସକସନ୍ ହୋଇଥିଲା ଯେଉଁଥିରେ ୟୁସିସିଆଇର ପୂର୍ବତନ ଡିଜି ରାଜେନ୍ ପାଢୀ,ମାଇଷ୍ଟାସ୍ ଟେକ୍ନୋଲୋଜିସ୍ ପ୍ରାଃ ଲି.ର ମୁଖ୍ୟ ସିଦ୍ଧାନ୍ତ ଶ୍ରାବଣ ପଣ୍ଡା ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରକୁ ପ୍ରଫେସର ସ୍ୱାଗତ କିଶୋର ମିଶ୍ର ପରିଚାଳନା କରିଥିବାସହ ଡଃ ସୁଜିତ କୁମାର ପାତ୍ର ଉପସ୍ଥାପନା ଏବଂ ଡଃ ସନ୍ଦୀପକୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥାର ପ୍ରାୟ ୪୦ଜଣ ପ୍ରତିନିଧି ଯୋଗଦେଇଥିଲେ । ଓଡ଼ିଶା ସମାଚାର