Sunday , October 17 2021
Breaking News
Home / ରାଜନୀତି / ବିଜେଡି ସଦସ୍ୟ ଗ୍ରହଣ ଅଭିଯାନରେ ଟେକ୍ନୋଲୋଜୀ ବ୍ୟବହାରକୁ ବିଜେପିର କଟାକ୍ଷ

ବିଜେଡି ସଦସ୍ୟ ଗ୍ରହଣ ଅଭିଯାନରେ ଟେକ୍ନୋଲୋଜୀ ବ୍ୟବହାରକୁ ବିଜେପିର କଟାକ୍ଷ

ଭୁବନେଶ୍ୱର,୦୩/୦୯/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶାରେ ବିଜୁ ଜନତା ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ସେପ୍ଟେମ୍ବର ୨ରୁ ସଦସ୍ୟ ଗ୍ରହଣ ଅଭିଯାନରେ ଟେକ୍ନୋଲୋଜୀକୁ ଗୁରୁତ୍ୱ ଦେବା କଥାକୁ କଟାକ୍ଷ କରିଛନ୍ତି ବିଜେପି ଉପ ସଭାପତି ସମୀର ମହାନ୍ତି  । ରାଜ୍ୟରେ ଦଳୀୟ ସାଙ୍ଗଠନିକ କୁ ଆହୁରି ମଜବୁତ କରିବାକୁ ଅଧିକ ଜୋରଦେଇ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଦସ୍ୟ ଗହଣ ଅଭିଯାନ ପାଇଁ ରୋଡ଼ ମ୍ୟାପ ଆଧାର କାର୍ଡ଼ ଲିଙ୍କ କରାଯିବ ବୋଲି ନିଷ୍ପତି ନିଆଯାଇଛି  । ସେପ୍ଟେମ୍ବ ୨ ତାରିଖରୁ ବିଜେଡିି ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହୋଇ ଅକ୍ଟୋବର ୨ଯାଏଁ ଚାଲିବ  । ଏହି ବୈଠକରେ ୫ଟି ଆକ୍ସନ ପ୍ଲାନ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି  । ୫ଟି ଆକ୍ସନ ପ୍ଲାନର ଏହି ୫ଟି ପ୍ଲାନର ଲକ୍ଷ୍ୟ ରହିଛି ଟ୍ରାନ୍ସପେରେନ୍ସି,ଟିମ ୱାର୍କ, ଟେକ୍ନୋଲୋଜୀ, ଟାଇମ ଓଟ୍ରାନ୍ସଫରମେସନ  । କିନ୍ତୁ ଏହି ସବୁ ଯାହାଦେଖୁଛନ୍ତି ତାହା ଶୋ କେସ ବୋଲି ଏହାକୁ ବିଜେପି ଉପ ସଭାପତି ସମୀର ମହାନ୍ତି କଟାକ୍ଷ କରିଛନ୍ତି  । ଏଥି ସହ ସେ କହିଛନ୍ତି ଯେ ଅସଲି ଗୋଦାମ ତୃତୀୟ ମହଲା ସବୁ ଟେକ୍ନୋଲୋଜୀ ସେଠାରେ ରହିଛି  । ସେହିପରି ଭୋଟ,କାଳିଆ ଯୋଜନା ସବୁ ସେଠାରେ ହୁଏ  । ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ କୁଆଁପାଳ ଜେଏନ କଲେଜରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ

ମାହାଙ୍ଗା,୧୬/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମଦିନରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ ମାହାଙ୍ଗା ବ୍ଲକ ବିଯୁଜନତା ଦଳ …

Leave a Reply

Your email address will not be published. Required fields are marked *