Friday , September 22 2023
Breaking News
Home / ବିଶେଷ / ବିଜେଡି ନେତା ଚିତରଞ୍ଜନ ମିଶ୍ରଙ୍କ ବିୟୋଗରେ ଶୋକ

ବିଜେଡି ନେତା ଚିତରଞ୍ଜନ ମିଶ୍ରଙ୍କ ବିୟୋଗରେ ଶୋକ

ପାରାଦ୍ୱୀପ ୦୩/୦୯/୨୦୧୯(ଓଡ଼ିଶା ସମାଚାର)- କୁଜଙ୍ଗ ବ୍ଳକର ବରିଷ୍ଠ ବିଜେଡି ନେତା, ବିଜେଡିର ପୂର୍ବତନ ବ୍ଳକ  ସଭାପତି, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କ କୁଜଙ୍ଗ ବ୍ଳକ ପ୍ରତିନିଧି ସାମ୍ବାଦିକ ଚତିରଞ୍ଜନ ମିଶ୍ର(୫୫)ଙ୍କର ସୋମବାର ଗଣେଷ ଚତୁତର୍ଥୀ ଦିନ ସକାଳ ୭ଟା ସମୟରେ ଦୃଦାଘାତରେ ପରୋଲୋକ ହୋଇଯାଇଛି । ସ୍ୱଗର୍ତ ମିଶ୍ର ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବଂ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କର ଜଣେ ଅତ୍ୟନ୍ତ ଘନିଷ୍ଠ ବ୍ୟକ୍ତି ଭାବେ ଜଣାଶୁଣା  ଥିଲେ,  ତାଙ୍କ ମୃତୁ୍ୟ ଖବର ପାଇ ସାଂସଦ  ଡାକ୍ତର ରାଜଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ, ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ସାଂସଦ ଡା.କୁଳମଣୀ ସାମଲ,  ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ,  ବିଜେପି ନେତା ସମ୍ପଦ ସ୍ୱାଇଁ, ପାରାଦ୍ୱୀପ  ବିଜେଡି ସଭାପତି ସୁମନ୍ତ ବିଶ୍ୱାଳ,  କୁଜଙ୍ଗ ପ୍ରେସ୍ କ୍ଳବ ସଭାପତି ରଘୁନାଥ ସାହୁ, ଆଇନଜୀବୀ  ଗତିକୃଷ୍ଣ ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ତାଙ୍କୁ ଅନ୍ତିମ ଦର୍ଶନ କରିବା ସହ  ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ୱର୍ଗତ ମିଶ୍ର ଜଣେ ଶାନ୍ତ, ସରଳ, ମିଷ୍ଟଭାସୀ  ଓ ବନ୍ଧୁ ମେଳାପି ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସାଧାରଣରେ ଗଭୀର ଶୋକର ଛାୟା  ଖେଳି ଯାଇଛି ଓ  ବିଶିଷ୍ଟ ଶ୍ରମିକ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ସନ୍ତୋଷ କୁମାର  ପଟ୍ଟନାୟକ, ଭାରତ ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ଓ ପାରାଦ୍ୱୀପ  ବନ୍ଦର  ଏଏଲସି ଆଡଭୋକେଟ୍ ତପନ କୁମାର ଦାଶ, ଆଡଭୋକେଟ ସୁରେନ୍ଦ୍ର ଦାସ, ରବିନ୍ଦ୍ର ଜେନା, ପାରାଦ୍ୱୀପ ପ୍ରେସ୍ ମିଡିଆ ସଭାପତି  ଶଶାଙ୍କ  ଆଚାର୍ଯ୍ୟ ଓ ସାଧାରଣ ସମ୍ପାଦକ ରନôାକର ଜେନା ଓ ଉପସଭାପତି ବିଶ୍ୱନାଥ ବଳ, ସଙ୍ଗଠନ   ସମ୍ପାଦକ ସଞ୍ଜିବ କୁମାର ମିଶ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *