Tuesday , October 26 2021
Breaking News
Home / ବିଶେଷ / ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ସଫଳ କାର୍ଯ୍ୟକାରିତା ପ୍ରସଙ୍ଗରେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ସଫଳ କାର୍ଯ୍ୟକାରିତା ପ୍ରସଙ୍ଗରେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର,୦୩/୦୯/୨୦୧୯(ଓଡ଼ିଶା ସମାଚାର)-ଫନି ବାତ୍ୟା କାରଣରୁ ରାଜ୍ୟର ବ୍ୟାପକକ୍ଷତି ହୋଇଛି । ଘଂଟା ପ୍ରତି ୨୫୦କିମିରୁ ଉର୍ଦ୍ଧ ପବନର ବେଗ ଏବଂପ୍ରବଳ ବର୍ଷା କାରଣରୁ ପୁରୀ ସମେତ ଉପକୂଳବର୍ତୀ ୧୩ଟି ଜିଲ୍ଲାଗୁଡିକରେବ୍ୟାପକ କ୍ଷତି ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ପାଖାପାଖି ୧୫ଲକ୍ଷରୁ ଉର୍ଦ୍ଧ ନଡିଆ ଗଛ ସଂପୂର୍ଣ୍ଣ ନଷ୍ଟ ହେବା କାରଣରୁ ନଡିଆ ଚାଷ ସର୍ବାଧିକ ପ୍ରଭାବିତ ହୋଇଛି । ଫନି ବାତ୍ୟା କାରଣରୁ ନିଜ ନିଜ ଜୀବନ ଜୀବିକା ହରାଇ ବ୍ୟାପକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ ସ୍ପେସିଆଲ ରିଲିଫ ପ୍ରଦାନ କରିବାକୁ ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି । ଏହା ଦ୍ୱାରା ସେମାନଙ୍କ ଜୀବନ ଓ ଜୀବିକାର ପୁନରୁ୍ଦ୍ଧାର ଶିଘ୍ର ଓ ତ୍ୱରାନ୍ୱିତ ହୋଇପାରିବବୋଲି ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କୁ କହିଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟର ପାଖାପାଖି ୩୦ ଲକ୍ଷରୁ ଉର୍ଦ୍ଧ ଚାଷୀ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ତାଲିକାରୁ ବାଦ୍ ପଡି ସମସ୍ତ କେନ୍ଦ୍ରୀୟ ଯୋଜନାର ସୁବିଧା ପାଇବାକୁ ବଂଚିତ ହୋଇଛନ୍ତି । ଯଥାଶୀଘ୍ର ସଠିକ ଲାଭାର୍ଥୀ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପାଇଁରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦକ ଡ. ଯତୀନ ମହାନ୍ତି, ଡ.ଲେଖାଶ୍ରୀ ସାମନ୍ତସିଂହାର, ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗୋଲକ ମହାପାତ୍ର ଓ ଜୀବନ ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣସଂପାଦକ ସୁରଥ ବିଶ୍ୱାଳ, ମହେଶ ମହାନ୍ତି ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ

ପାରାଦୀପ ୨୬/୧୦/୨୦୨୧(ଓଡ଼ିଶା ସମାଚାର)- ମଙ୍ଗଳବାର ଦିନ ପୂର୍ବାହ୍ନରେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *