Friday , September 29 2023
Breaking News
Home / ବିଶେଷ / ପିଆଇସିଟି ସୁରକ୍ଷା ଓ ନିରାପତା ଉପରେ ପ୍ରଶ୍ନ!

ପିଆଇସିଟି ସୁରକ୍ଷା ଓ ନିରାପତା ଉପରେ ପ୍ରଶ୍ନ!

ଜାହାଜରେ କଏଲ ବୋଝେଇ ବେଳେ ଛିଣ୍ଡିଲା କ୍ରେନ୍ ରୋପ୍

ପାରାଦ୍ୱୀପ ୦୩/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରର ୫ନମ୍ବର  ଫାଟକରେ ବନ୍ଦର  ବର୍ଥକୁ ଦୀର୍ଘମିଆଦି ଲିଜ୍ ସୁତ୍ରରେ ନେଇ କାର୍ଯ୍ୟ କରୁଥିବା ପାରାଦ୍ୱୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି) ବର୍ଥରେ ପୁନର୍ବାର ଗତ ସୋମବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଯାଇଛି । ଜାହାଜରେ ବହୁ ଟନ୍ ଓଜନର କଏଲ ଲୋଡିଂ ଚାଲିଥିôବା ବେଳେ ଜାହାଜର  କ୍ରେନ୍ ରୋପ୍ ଛିଣ୍ଡି ପ୍ରାୟ ୨୫ ଟନ୍ ଓଜନର କଏଲ ବିରାଟ ଶବ୍ଦ କରି ଜାହାଜ ମଧ୍ୟରେ ପଡିଯାଇଥିଲା । ଏହି ଦୁର୍ଘଟଣାରେ  କେହି  ମୃତାହତ ହୋଇନଥିଲେ ମଧ୍ୟ  ଏହାକୁ-ନେଇ ସେଠାରେ କାର୍ଯ୍ୟ କରୁଥିôବା ଶ୍ରମିକଙ୍କ ମଧ୍ୟରେ ଭୟ ଓ ତ୍ରିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଖବରରୁ ପ୍ରକାଶ ସୋମବାର  ଭୋର  ପ୍ରାୟ ୪ଟା ସମୟରେ “କେନ୍ ଜ୍ୟା” ନାମକ  ଜାହାଜରେ  କଏଲ  ବୋଝେଇ ସମୟରେ ଜାହାଜର କ୍ରେନ୍ ରୋପ୍ ଛିଣ୍ଡି ଯିବାଦ୍ୱାରା ଏହି ଦୁର୍ଘଟଣା ଘଟିଥିଲ ।  ଏହା ଏତେ ଜୋରରେ ଜାହାଜ ମଧ୍ୟରେ ପଡିଥିଲା ଯେ ପାଖରେ  କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଛିଟିକି  ପଡିଥିଲେ । ଏହି ଘଟଣାକୁ ନେଇ ଶ୍ରମିକ ମାନେ ଭୟଭୀୟତ ହୋଇ କାର୍ଯ୍ୟ ବନ୍ଦ କରିଦେଇଥିଲେ । ତେବେ  ଏତେ ଓଜନର ସାମଗ୍ରୀ କାରବାର କରାଯାଉଥିôବା ବେଳେ ରୋପ୍ କୁ ଯାଂଚ  କରାନଯିବା କୁ ନେଇ ଉଠିଛି ପ୍ରଶ୍ନ । ତେବେ ଏହି ଘଟଣାକୁ ନେଇ ଉତେଜନା  ପ୍ରଶମିତ ହୋଇନଥିବାବେଳେ ଏହି ଘଟଣାର ପରଦିନ  ଅର୍ଥାତ୍ ମଙ୍ଗଳବାର ଆଉ ଏକ ଦୁର୍ଘଟଣା ରେ ଜଣେ ଶ୍ରମିକ ଆହାତ ହୋଇ ବନ୍ଦର  ଚିକିସôାଳୟରେ ଭର୍ତୀ ହୋଇ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ଯେ  ଜେଟୀ ଭିତରେ ପାଣି ରୋଲିଂ ହେଉଥିବା ବେଳେ ସାଧାରଣତ ଜାହାଜ ଲୋଡିଂ ଓ ଅନଲୋଡିଂ ବନ୍ଦ ରଖାଯାଇଥାଏ । କିନ୍ତୁ ଗତ କାଲି ଏବଂ ଆଜି ଜେଟୀ ଭିତରେ ଅତଧିକ ପାଣିର ରୋଲିଂ ଥିବାବଳେ ପିଆଇସିଟି କୃର୍ତପକ୍ଷ କମ୍ପାନୀର ମୁନାଫା ପାଇଁ ସାମୁଦ୍ରିକ ନିୟମ ଭଙ୍ଗ କରି ଲୋଡିଂ ଓ ଅନଲୋଡିଂ କାର୍ଯ୍ୟ ଚାଲୁ ରଖିଥିବାର ଚର୍ଚ୍ଚା ହେଉଛି । ଶ୍ରମିକଙ୍କ ଅଭିଯୋଗ ଅନୁଯାଇ କମ୍ପାନୀ  ପକ୍ଷରୁ ସଠିକ୍ ସୁରକ୍ଷା ନିରାପା ସରଞ୍ଜାମ ଯୋଗାଇ ଦିଆଯାଉନଥିବା ସହ ଆଶୁ ଚିକିସôା ଓ ଆମ୍ବୁଲାନ୍ସ  ସେବାର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ଏତଦ୍ ବ୍ୟତିତ ପାରାଦ୍ୱୀପ ବନ୍ଦର ଭଳି ଏକ ସମ୍ବେଦନଶୀଳ ବନ୍ଦରାଳରେ ପ୍ରାଇଭେଟ୍୍ ସିକୁ୍ୟରିଟ୍ ପିଆଇସିଟି ବର୍ଥର ସୁରକ୍ଷା ଦାଇତ୍ୱରେ  ରହିବା କେତେ ସୁରକ୍ଷିତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷ୍ୟରେ ପାରାଦ୍ୱୀପ  ବନ୍ଦର ଅଧିନରେ  ଥିବା ପୋତାଶ୍ରୟ ମାନଙ୍କରେ ଶ୍ରମିକଙ୍କ ସୁରକ୍ଷା ଦିଗରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି । ବନ୍ଦରାଳରେ କାର୍ଯ୍ୟ  କରୁଥିବା ଶ୍ରମିକ ମାନଙ୍କୁ  ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା ସରଞ୍ଜାମ, ଆମ୍ବୁଲାନ୍ସ ସେବା, ଚିକିସôା ସୁବିଧା, ବୀମାକରଣ ଇତ୍ୟାଦି  ବିଭିନ୍ନ ଯୋଜନା  କରାଯାଇଥିବା ଏବଂ ବନ୍ଦରର ସୁରକ୍ଷା ଦାଇତ୍ୱ ସରକାରଙ୍କ  ବିଶ୍ୱସନୀୟ କେନ୍ଦ୍ରୀୟ ଶିଳ୍ପ  ନିରାପତା ବାହିନୀ ନିୟନ୍ତ୍ରଣରେ ରହିଥିବା ବେଳେ ଏଥିରେ ବ୍ୟତିକ୍ରମ ସାଜିଛି ପିଆଇସିଟି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *