Friday , September 22 2023
Breaking News
Home / ବିଶେଷ / ପଂଜିକୃତ ସାପ ଧରାଳି ସାପ ଧରିଲେ ମିଳିବ ୧୦୦

ପଂଜିକୃତ ସାପ ଧରାଳି ସାପ ଧରିଲେ ମିଳିବ ୧୦୦

ଭୁବନେଶ୍ୱର ,୦୩/୦୯/୨୦୧୯(ଓଡ଼ିଶା ସମାଚାର)- ସାପ ଧରାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା କରିଛନ୍ତି  । ଗୋଟିଏ ସାପ ଧରିଲେ ସାପ ଧରିବା ଲୋକଙ୍କୁ୧୦୦ଟଙ୍କା ପ୍ରଦାନ କରାଯିବ  । ସାପ ଧରାଳୀଙ୍କୁ ପୁରସ୍କୃତ କରିବା ତଥା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏ ସର୍ମ୍ପକରେ ରାଜ୍ୟ ସରକାରଙ୍କୁ ବନ ବିଭାଗ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା  । ଏହାପରେ ରାଜ୍ୟ ସରକାର ସାପ ଧରାଳୀଙ୍କ ପାଇଁ ନୂଆଯୋଜନା କରିଛନ୍ତି  । ଏଣିକି ଗୋଟିଏ ସାପ ଧରିଲେ ସାପ ଧରାଳୀଙ୍କୁ ୧୦୦ଟଙ୍କା ଦିଆଯିବ  । ସାପ ଧରିବା ଲୋକଙ୍କୁ ବନବିଭାଗ ପଞ୍ଜିକରଣ କରିବ  । ବର୍ତମାନସୁଦ୍ଧା ସାପ ଧରାଳୀ ପଞ୍ଜୀକରଣ ପାଇଁ ୫୦ରୁ ଉଦ୍ଧ୍ୱର୍ ଲୋକ ଆବେଦନ କରିଥିବା ଜଣାପଡ଼ିଛି  । ଏନେଇ ଗତକାଲି ଅବସର ନେଇଥିବା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି  । ଓଡ଼ିଶା ସମାଚାର

 

Leave a Reply

Your email address will not be published. Required fields are marked *