ତାରପୁର,୩/୯/୨୦୧୯(ଓଡ଼ିଶା ସମାଚାର)- ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଖାଇ ଉପଲକ୍ଷେ ରଘୁନାଥପୁର ବ୍ଲକ୍ ରେଢ଼ୁଆ ନୂଆଗଡ଼ସ୍ଥିତ ଗୋରଖନାଥ କୃଷକ ମହାସଂଘ ପକ୍ଷରୁ ୪ର୍ଥ ବାର୍ଷିକ ପ୍ରତିଭା ଚୟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନଆରଆରଆଇ ର ନିଦେ୍ର୍ଦଶକ ଡ଼ଃ ହିମାାଶୁ ପାଠକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରମ୍ପରିକ ଓ ଅଣପାରମ୍ପରିକ କୃଷି ପାଇଁଆମ ରାଜ୍ୟରେ ଯଥେଷ୍ଟ ପରିସିମା ଥିବାବେଳେ ବେକାରୀ ର ଦ୍ୱାହିଦେଇ ବସିରହିଥିବା ଯୁବ ପିଢ଼ୀ ନିଜର ମନକୁ ପରିବର୍ତନ କରି ଏଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରୟାକ୍ତନ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଇମେଜ ର ନିଦେ୍ର୍ଦଶକ ସତ୍ୟନାରା୍ରଣ ମିଶ୍ର ଗୋରଖନାଥ କୃଷକ ନିଧି ର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ଅଂଚଳର ଚାଷୀମାନେ ବର୍ଷକୁ ୧ ହଜାର ଟଙ୍କା ରଖିଲେ ସଂଘ ଅନୁରୂପ ଭାବେ ଆଉ ୧ ହଜାର ଟଙ୍କା ସେଥିରେ ମିଶାଇବ , ଯାହାକି ଆବଶ୍ୟମ ସମୟରେ ଚାଷୀମାନେ ଏଥିରୁ ଉପକୃତ ହୋଇପାରିବେ । ଶ୍ରୀଯୁକ୍ତ ମିଶ୍ରଙ୍କ ବକ୍ତବ୍ୟ ଅନୁଯାୟୀ ସବୁ ମଂଜୀ ବିହନ ହୋଇପାରିବ ନାହିଁ । ଗୁଣାତ୍ମକ ମାନ ଥିବା ମଂଜୀ ବିୋାଧନ ପ୍ରକ୍ରିୟାରେ ବିହନ ହୋଇଥାଏ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ମହେନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ବିହନ ପ୍ରମାଣ ଅଧିକାରୀ ଏକାଦଶି ନନ୍ଦ, ଅବସରପ୍ରାପ୍ତ ବୈଜ୍ଞାନିକ ଇଂ ଫକୀର ଚରଣ ଦାସ, ଚାଟାର୍ଡ଼ ଆକାଉଂଟାଂଟ ରାଜେଶ ସାହୁ, ଏନସିସି ଅଫିସର ରାଜକିଶୋର ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମହାସଂଘ ପକ୍ଷରୁ କୃଷି କ୍ଷେତ୍ରରେ ଉୋଲଖନୀୟ କାର୍ଯ୍ୟ ପାଇଁ ନାରାୟଣ ସାସମଲ, ରମେଶ ଚନ୍ଦ୍ର ଦାସ, କଳା କ୍ଷେତ୍ରରେ ଗୋପାଳ ଚନ୍ଦ୍ର ବିଶ୍ୱାଳ, ଶରତ ଚନ୍ଦ୍ର ପାଳ, ଶିକ୍ଷା କ୍ଷେତ୍ରରେ ନୀରଂଜନ ରଉତ, ମେହାନ ଚରଣ ସ୍ୱାଇଁ, ରାଜ କିଶୋର ଦାସ, ସମାଜ ସେବା ପାଇଁ ଶଙ୍କର୍ଷଣ ରଥ, ଶାନ୍ତିଲତା ଦ୍ୱିବେଦୀ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ତ୍ରିଲୋଚନ ମହାରଣାଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପ୍ରତିଭା ଚୟନ ନିମନ୍ତେ ଅଂଚଳର ୧୬ ଗୋଟି ହାଇସ୍କୁଲ ର ୮୪ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ସଡ଼ିଆ ଓ ଇଂରାଜୀ ବକ୍ତୃତା , ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ହୋଇଥିଲା । ୧ମ , ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିଙ୍କୁ ମାନପତ୍ର ସହ ଅର୍ଥରାଶି ରେ ପୁରସ୍କୃତ କରାଯାଇଥିବାବେଳେ ଅନ୍ୟ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ଡ଼ିକ୍ସିନାରୀ ପ୍ରଦାନ କରାଯାଇଥିଲା । ଜଚ୍ଚାଶୁଣା ସାହିତ୍ୟିକ ଅଲେଖ ଚନ୍ଦ୍ର ବେହେରା, ସଭା ପରିଚାଳନା କରିଥିବାବେଳେ ଲାଲ ସଂସ୍ଥାର ସମ୍ପାଦକ କ୍ଷେତ୍ରମୋହନ ହେହେରା ଅତିଥି ପରିଚୟ ପୟଦାନ କରିଥିଲେ । ଅଧ୍ୟାପିକା ଗୀତା ରଥ ସ୍ୱାଗତ ଭାଷଣ , ସଂଘର କର୍ମକର୍ତା ସୁଧୀର ରଂଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷାବିତ ପ୍ରାଣକୃଷ୍ଣ ନାୟକ , ଅଧ୍ୟାପକ ପ୍ରସନ୍ନ କୁମାର ତ୍ରିପାଠୀ, ନୃସିଂହ ଚରଣ ତ୍ରିପାଠୀ, ସିତାଂଶୁ ଜେନା, ଅବନୀ ବେହେରା, ଅଶୋକ ବାରିକ ପ୍ରମୁଖ ସହଯୋଗ କରିଥିବାବେଳେ ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା କୃଷକ ବନ୍ଧୁ , ଅଭିଭାବକ , ଅଭିଭାବାକା , ଶିକ୍ଷକ, ଶିକ୍ଷୟୀତ୍ରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର