ମୟୁରଭଂଜ, ୦୩/୦୯/୨୦୧୯(ଓଡ଼ିଶା ସମାଚାର)- ମୋରମ ଖାଦାନରେ ପଡ଼ି ୨ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ । ବିଶ୍ୱନାଥ ବେତ୍ରା ଓ ଚାରୁ ବେତ୍ରାଙ୍କ ୨ ଶିଶୁ କନ୍ୟା ଘର ପଛପଟେ ମୋରମ ଖାଦାନରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ଜଣକର ବୟସ ୩ ବର୍ଷ ହୋଇଥିବାବେଳେ ଅନ୍ୟ ଜଣକର ବୟସ ୨ ବର୍ଷ । ପରିବାର ଲୋକ ଉଦ୍ଧାର କରି ହସପିଟାଲକୁ ନେଇଥିଲେ କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୋରମ ଖାଦାନ ବର୍ତମାନ ମଣିଷ ଓ ପଶୁଙ୍କ ପାଇଁ ମରଣ ଯନ୍ତା ହୋଇଛି । ଓଡ଼ିଶା ସମାଚାର
Check Also
ପୁରୀ ସହର ଅଶାନ୍ତ : ଗୁଳିମାଡ଼ରେ ଜଣେ ମୃତ, ଛୁରା ମାଡ଼ରେ ଜଣେ ଗୁରୁତର ଆହତ
ପୁରୀ, ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପୋଲିସ କୁ ଖୋଲା ଚାଲେଂଜ କରି ଜନଗହଳିପୂର୍ଣ୍ଣ ଏମାର ମଠ ନିକଟରେ ଜଣେ …