କଟକ, ୦୩/୦୯/୨୦୧୯(ଓଡ଼ିଶା ସମାଚାର)-୍:ଆସନ୍ତା ଗୁରୁ ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ଉକ୍ରଳ ବିଦ୍ୟାଗୌରବ ପରିଷଦ ପକ୍ଷରୁ ଚଳିତ ବର୍ଷ ୧୭ଜଣ ମହାନ ଶିକ୍ଷା ସାଧକଙ୍କୁ ସମ୍ମାନିତ କରାଯିବ । ସ୍ଥାନୀୟ ଗୌରୀଶଙ୍କର ଟାଉନ ହଲଠାରେ ସଂଧ୍ୟା ୬ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଲୋଚନାଚକ୍ର ସହ ଗୁରୁମାନଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଥିବା ସାଧାରଣ ସମ୍ପାଦକ ଅଶୋକ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଫକିରୁଦ୍ଦିନ ଅହମ୍ମଦ, ଓଡ଼ିଆ ବିଭାଗ ପ୍ରଫେସର ଡ. ବାବାଜୀ ଚରଣ ପଟ୍ଟନାୟକ,ଇତିହାସ ବିଭାଗ ପ୍ରଫେସର ଡ. ଖାରବେଳ ମହାନ୍ତି, ଇଂରାଜୀ ବିଭାଗ ପ୍ରାଧ୍ୟାପକ ଉମେଶ ଚନ୍ଦ୍ର ମିଶ୍ର, ମେଡ଼ିସିନ ବିଭାଗ ପ୍ରଫେସର ଡା. ନିରଞ୍ଜନ ତି୍ରପାଠୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିଷ୍ଣୁଚରଣ ବିଶ୍ୱାଳ, ପ୍ରଧାନ ଆଚାର୍ଯ୍ୟ ନାରାୟଣ ପ୍ରସାଦ ଷଡ଼ଙ୍ଗୀ, ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ.କପିଲେଶ୍ୱର ଗାହାଣ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୈତାରି ସାହୁ, ସଂସ୍କୃତ ପଣ୍ଡିତ କାଳୀପ୍ରସନ୍ନ ଶତପଥୀ, ରମାଦେବୀ ମହିଳା ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷା ତପତି ଦାସ, ଶୈଳବାଳା ମହିଳା ମହାବିଦ୍ୟାଳୟ ଯୋଗ ଅଧ୍ୟାପିକା କୃଷ୍ଣପ୍ରିୟା ସାମନ୍ତରାୟ, ଦର୍ଶନ ବିଭାଗ ପ୍ରାଧ୍ୟାପକ ନାରାୟଣ ମହାନ୍ତି, ସଂଗୀତ ଗୁରୁ ଏ. ମହେଶ୍ୱର ରାଓ, ନୃତ୍ୟଗୁରୁ ଆଶିଷ କୁମାର ଦାସ, ଯୋଗଗୁରୁ ସରୋଜିନୀ ସାହୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିଜୟ କୁମାର ନାଥଙ୍କୁ ଗୁରୁଦିବସ ଅବସରରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର