Saturday , October 23 2021
Home / ତାଜା ଖବର / ସ୍କୁଟର ସହ କେନାଲକୁ ଖସିପଡ଼ି ଯୁବକର ମୃତ୍ୟୁ

ସ୍କୁଟର ସହ କେନାଲକୁ ଖସିପଡ଼ି ଯୁବକର ମୃତ୍ୟୁ

ସାଲେପୁର ୦୧/୦୯/୨୦୧୯ (ଓଡିଶା ସମାଚାର/ଅଭୟ ଜେନା): ସାଲେପୁର ଥାନା ଅଧିନ ଜପକୁଦ ଫାଣ୍ଡି ଅଂଚଳରେ ଥିବା କେନାଲରେ ସ୍କୁଟର ସହ ଖସିପଡ଼ି ପାଣିରେ ବୁଡ଼ିଯାଇ ଜନୈକ ଯୁବକର ମୃତ୍ୟୁ ହୋଇଛି । ଜପକୁଦ ଫାଣ୍ଡି ସନ୍ନିକଟ ଜାଗୁଳାଇପଡ଼ା ଗ୍ରାମର ବିପିନ୍ ବିହାରୀ ମିଶ୍ରଙ୍କ ପୁଅ ପ୍ରମୋଦ କୁମାର ମିଶ୍ର (୪୦) ଗତକାଲି ରାତିରେ ସ୍କୁଟର ଯୋଗେ ସ୍ଥାନୀୟ ୪ନଂ କେନାଲ ବନ୍ଧରେ ଯାଉଥିବା ବେଳେ ଭାରସାମ୍ୟ ହରାଇ କେନାଲକୁ ଖସିପଡ଼ିଥିଲେ । ସ୍କୁଟରଟି ପ୍ରମୋଦଙ୍କ ଉପରେ ପଡ଼ି ରହିଯିବାରୁ ସେ କେନାଲ ପାଣିରୁ ବାହାରି ପାରି ନଥିଲେ । ସେଠାରେ ବୁଡ଼ିଯାଇ ମୃତ୍ୟୁବରଣ କରିଥିଲେ । ଆଜି ସକାଳେ ପରିବାର ଲୋକ ଖୋଜାଖୋଜି କରିବା ପରେ କେନାଲରୁ ଶବ ମିଳିଥିଲା । ଜପକୁଦ ଫାଣ୍ଡି ଅଧିକାରୀ ବ୍ରଜ କିଶୋର ଦକ୍ଷିଣ କବାଟ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମୃତ ପ୍ରମୋଦ ମିଶ୍ରଙ୍କର ଜପକୁଦ ବଜାରରେ ଏକ ଦୋକାନ ଅଛି । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *