Tuesday , October 26 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ସମ୍ବଲପୁର ରେ ଏକକାଉଂଟର

ସଂକ୍ଷେପରେ ତାଜା ଖବର : ସମ୍ବଲପୁର ରେ ଏକକାଉଂଟର

ସମ୍ବଲପୁର,୦୨/୦୯/୨୦୧୯(ଓଡ଼ିଶା ସମାଚାର)- ସମ୍ବଲପୁର ରେ ଏକକାଉଂଟର ରେ ଅପରାଧୀ ମୁସିମ ଅଖତର (ବିଟୁ ) ଆହତ ହୋଇଛି । ତା ନିକଟରୁ ଏକ ୯ ଏମଏମ ପିସ୍ତଲ ଓ ଗୁଳି , ନଗଦ ୪ ହଜାର ଟଙ୍କା ଜବତ କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଭୋର ପ୍ରାୟ ସାଢ଼େ ୫ ଟା ବେଳେ ସିଟି ଷ୍ଟେସନ୍ ନିକଟରେ ଡ଼କାୟତି ପାଇଁ ଯୋଜନା କରୁଥିବା ସୂଚନା ପାଇ ଧନୁପାଲୀ ପୋଲିସ୍ ଓ ସ୍ପେଷାଲ ସ୍କ୍ୱାର୍ଡ଼ ଚଢ଼ାଉ କରିଥିଲେ । ପୋଲିସ୍ କୁ ଦେଖି ଅପରାଧୀମାନେ ପ୍ରଥମେ ପୋଲିସ୍ ଉପରକୁ ୨ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ଫଳରେ ଜଣେ ଏଏସଆଇ ଆହତ ହୋଇଥିଲେ । ପୋଲିସ ପାଲଟା ଗୁଳି ଚଳାଇବା ଫଳରେ ଅପରାଧୀ ମୁସିମ ଅଖତର (ବିଟୁ ) ର ଡ଼ାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିବା ଫଳରେ ସେ ଆହତ ହେବାରୁ ସେଠାରେ ସେ ପଡ଼ିଯାଇଥିଲା ହେଲେ ତାର ଜଣେ ସହଯୋଗ ଖସିଯିବାକୁ ସଫଳ ହୋଇଥିଲା । ଆହତ ବିଟୁକୁ ସଦର ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାକୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ପୋଲିସ୍ ପଚରା ଉକ୍ଟ୍ରୁରି କରୁଛି । ତା ନାମରେ ବିଭିନ୍ନ ଥାନାରେ ୧୫ ରୁ ଅଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ସାଧାରଣତ ୯ ଏମଏମ ପିସ୍ତଲ ପୋଲିସ୍ ବ୍ୟବହାର କରିଥାଏ । ସେ ୯ ଏମଏମ ପିସ୍ତଲ କେଉଁଠୁ ଆଣିଛି ତାହା ଜଣାପଡ଼ିନାହିଁ । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *