କେନ୍ଦୁଝର,୦୨/୦୯/୨୦୧୯(ଓଡ଼ିଶା ସମାଚାର)- ବାମେବାରୀ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଟଙ୍କା ଭାଗ ବଂଟାକୁ ନେଇ ପୁଅକୁ ପଥରରେ ଛେଚି ହତ୍ୟା କରିଛି ବାପ । ବାମେବାରୀ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗାଁ ରେ ଟଙ୍କା ଭାଗ ବଂଟାକୁ ନେଇ ବାପ ନାରାୟଣ ଓ ପୁଅ ପିତାମ୍ବର ମଧ୍ୟରେ ଝଗଡ଼ା ଲାଗିଥିଲା । ଉତ୍ୟକ୍ତ ହୋଇ ବାପ ନାରାୟଣ ପାଖରେ ପଡ଼ିଥିବା ଏକ ପଥରରେ ପୁଅ ପିତାମ୍ବରର ମୁଣ୍ଡକୁ ଛେଚିଦେବା ଫଳରେ ପୁଅର ମୃତ୍ୟୁ ହୋଇଥିବା ଖବର ମିଳିଛି । ବାମେବାରି ପୋଲିସ୍ ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର
Check Also
ପୁରୀରେ ଫୁଟିଲା ବୋମା , ଜଣେ ଆହତ
ପୁରୀ, ୨୪/୬/୨୦୨୨(ଓଡ଼ିଶା ସମାଚାର)- ପୁରୀ ରେ ବୋମାମାଡ଼ । ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ …