Wednesday , October 5 2022
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଗ୍ୟାଙ୍ଗ ଷ୍ଟାର ପାପା ପଣ୍ଡା ଗିରଫ

ସଂକ୍ଷେପରେ ତାଜା ଖବର : ଗ୍ୟାଙ୍ଗ ଷ୍ଟାର ପାପା ପଣ୍ଡା ଗିରଫ

ବାଲେଶ୍ୱର,୦୨/୦୯/୨୦୧୯(ଓଡ଼ିଶା ସମାଚାର)- ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗ ଷ୍ଟାର ଚିନ୍ମୟ ପଣ୍ଡା ଆଲିଆସ ପାପା ପଣ୍ଡାକୁ ପୋଲିସ୍ ଗିରଫ କରିଛି । ଡ଼ିଏସପି ମନୋଜ ରାଉତ ଙ୍କ ନେୃତ୍ୱରେ ଗଠିତ ସ୍ପେଷାଲ ଟିମ ତାକୁ କଟକରୁ ଗିରଫ କରିଥିବା ସୂଚନା ମିଳିଛି । ତା ନାମରେ ବିଭିନ୍ନ ଥାନାରେ ଏକାଧିକ ହତ୍ୟା ଓ ଅପରାଧୀକ ମାମଲା ଥିବା ପୋଲିସ୍ ସୂତ୍ରରୁ ପ୍ରକାଶ । ଗତ ୨୦୧୬ ରେ ସୁଶାନ୍ତ ଦାସ ଆଲିଆସ ଖାସୁଆ ନାମକ ଅନ୍ୟଜଣେ ଅପରାଧୀର ହତ୍ୟାକାଣ୍ଡରେ ଜଡ଼ିତ ଥାଇ ସେହିଦିନୁ ସେ ଫେରାର ଥିଲା । ବାଲେଶ୍ୱର ଏସଡ଼ିଜେଏମ କୋର୍ଟରେ ତାକୁ ପଳାତକ ଘୋଷଣା କରାଯାଇଥିଲା । ଏହାଛଡ଼ା ମାଣିଖମ୍ବର ବ୍ୟବସାୟୀ ହେମନ୍ତ ମହାପାତ୍ର ହତ୍ୟାକାଣ୍ଡରେ ସେ ଜଡ଼ିତ ଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.