Friday , September 22 2023
Breaking News
Home / ବିଶେଷ /   ପାରାଦ୍ୱୀପରେ ‘ମୋ ସରକାର’ କର୍ମଶାଳା ଅନୁଷ୍ଠିତ

  ପାରାଦ୍ୱୀପରେ ‘ମୋ ସରକାର’ କର୍ମଶାଳା ଅନୁଷ୍ଠିତ

ପାରାଦ୍ୱୀପ ୦୨/୦୯/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ପୋଲିସ ପକ୍ଷରୁ ‘ମୋ ସରକାର’ କର୍ମଶାଳା ସୋମବାର ସନ୍ଧ୍ୟାରେ ପାରାଦ୍ୱୀପ ପୋର୍ଟ କ୍ଳବ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଜଗତସିଂପହୁର ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ର, ଡିଆଇ.ବି ଡିଏସ୍ପି ଏବଂ ପ୍ରଶିକ୍ଷକ ପୁର୍ଣ୍ଣଚନ୍ଦ୍ର ପ୍ରଧାନ   ପରିଚାଳନା କରିଥିବା ବେଳେ  ପାରାଦ୍ୱୀପ ଆଦର୍ଶ ଥାନା  ଆଇଆଇସି ରଜନୀ କାନ୍ତ ସାମଲ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ । ଏଥିରେ ପାରାଦ୍ୱୀପ ଅଂଚଳର ସମସ୍ତ ୫ଟି ଥାନାର ଆଇଆଇସି, ଅଫିସର ଓ କର୍ମଚାରୀ ମାନେ ଯୋଗଦେଇଥିଲେ । ଏହି କର୍ମଶାଳାର ଉଦ୍ଦେଶ୍ୟ ହେଲା ପୋଲିସ ଅଫିସର ମାନଙ୍କୁ ସୋମନଙ୍କ ଦାୟିତ୍ୱବୋଧ, ଅଭିଯୋଗକାରୀଙ୍କ ପ୍ରତି ସୁବ୍ୟବହାର ତଥ୍ୟ ସଂଗ୍ରହ ଓ ଆଇନ୍ ଶୃଙ୍ଖଳା ରକ୍ଷା ଦିଗରେ  ଅତ୍ୟାଧୁନିକ କୌଶଳ  ଉପରେ ସଚେତନ କରିବା । ସୂଚନା ଥାଉକି, ଗତ ସ୍ୱାଧିନତା ଦିବସ ଅବସରରେ  ଓଡିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପୋଲିସ ସେବା କ୍ଷେତ୍ରରେ ସ୍ୱଚ୍ଛତା ନିମିତ “ମୋ ସରାକର” ଯୋଜନାର ଘୋଷଣା କରିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *