ଗରଦପୁର,୦୨/୦୯/୨୦୧୯(ଓଡ଼ିଶା ସମାଚାର)- ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜାବିଧି ସମଗ୍ର ପାଟକୁରା ଅଂଚଳରେ ଥିବା ବିଭିନ୍ନ ବିଦ୍ୟାଳୟ,କେତେକ ସ୍ୱେଛାସେବୀ ଅନୁଷ୍ଠାନ ଓ କେତେକ ବ୍ୟବସାୟୀକ ପ୍ରତିଷ୍ଠାନ ଆଦିମାନଙ୍କରେ ଅନୁଷ୍ଠିତ ହୋଇଯାଇଛି । ପାଟକୁରା ହାଇସ୍କୁଲ,ମାଇନର ସ୍କୁଲ,ପ୍ରାଥମିକ ବିଦ୍ୟାଳୟ,ପାଟକୁରା ମେଡିକାଲ,ପାଟକୁରା ଠାରେ ଥିବା ଫାଇବ୍ ଷ୍ଟାର କ୍ଲବ,ଜନ ସେବା କେନ୍ଦ୍ର,ପାଟକୁରା ସରସ୍ୱତୀ ଶିଶୁ ମନ୍ଦିର,ହରିଦାସପୁର ଠାରେ ଥିବା ପଂଚାୟତ ନାଗମଣୀ ହାଇସ୍କୁଲ,ହରିଦାସପୁର ମାଇନର ସ୍କୁଲ, ପ୍ରାଥମିକ ବିଦ୍ୟାଳୟ,ହରିଦାସପୁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ସୋଲପାଟ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ,ବେଡାରୀ ପ୍ରାଥମିକ ବିଦ୍ୟାଳୟ,ପଦ୍ମପୁର ସ୍କୁଲ,ଶ୍ରୀଚନ୍ଦନପୁର ସ୍କୁଲ,ପରକଣା ଠାରେ ଥିବା ଓଡିଶା ଷ୍ଟେଟ୍ ବିଗ୍ରେଡ ସ୍କୁଲ,ନୂଆପଡା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ଆଦି ବିଦ୍ୟାଳୟମାନଙ୍କରେ ଶ୍ରୀ ଗଣେଷଙ୍କ ମୃଣ୍ମୟ ମୂର୍ତୀକୁ ଆଡମ୍ବର ସହକାରେ ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ କେତକ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ମଧ୍ୟ ଗଣେଷଙ୍କ ପୂଜାର୍ଚ୍ଚନା କରାଯାଇଛି । ସକାଳ ସମୟରେ ଝିପିଝିପି ବର୍ଷା ସତ୍ୱେ ମଧ୍ୟାହ୍ନ ସମୟରେ ବର୍ଷା ଛାଡି ଯାଇଥିବାରୁ ବିଭିନ୍ନ ସ୍କୁଲମାନଙ୍କରେ ବିଦ୍ୟାର୍ଥୀମାନଙ୍କର ଭିଡ ଲାଗି ରହିଥିବାର ଦେଖିବାକୁ ମିଳିଥିଲା । ଗଣେଷ ପୂଜା ଉପଲକ୍ଷେ ବିଭିନ୍ନ ସ୍ଥାନରେ ସାଜସଜ୍ଜା କରାଯାଇ ପୂଜା ମଣ୍ଡପକୁ ଆକର୍ଷିତ କରାଯାଇଥିବାର ଦେଖାଯାଇଛି । ସେହିପରି କଳାବୁଦା ହାଇସ୍କୁଲ,ପାଖଡ ହାଇସ୍କୁଲ,ପାଖଡ ଠାରେ ଥିବା ପାଠାଗାର,ନଇନ୍ଦିପୁର ହାଇସ୍କୁଲ,କୋରୁଆ ହାଇସ୍କୁଲ ଆଦି ବିଭିନ୍ନ ବିଦ୍ୟାଳୟମାନଙ୍କରେ ଗଣେଶଙ୍କ ପୂଜା ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସମାଚାର