କେନ୍ଦ୍ରାପଡା,୦୨/୦୯/୨୦୧୯(ଓଡ଼ିଶା ସମାଚାର)- ଟ୍ୟୁସନରୁ ସାଇକେଲରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଏକଗଛ ପଡିବାରୁ ଜନୈକ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଶିଶୀର ବଳଙ୍କ ଝିଅ ଶଜଲ ସ୍ଥାନୀୟ ଭାରତୀ ବିଦ୍ୟା ମନ୍ଦିରର ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି । ସେ ରବିବାର ସକାଳ ପ୍ରାୟ ସାଢେ୯ଟା ସମୟରେ ଟ୍ୟୁସନରୁ ସାଇକେଲରେ ଅର୍ବାନ ବ୍ୟାଙ୍କ ପଛପଟ ରାସ୍ତାରେ ଘରକୁ ଫେରୁଥିବା ସମୟରେ କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ରାସ୍ତା କଡକୁ ଥିବା ଏକ ଗଛ କଟାଯାଉଥିବା ବେଳେ ସେହି ଗଛର ଡାଳ ହଠାତ ତାଙ୍କ ଉପରେ ଛିଡି ପଡିବାରୁ ସେ ସାଇକେଲରୁ ରାସ୍ତା ଉପରକୁ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଓଡ଼ିଶା ସମାଚାର
