ଗରଦପୁର,୦୨/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ତେଣ୍ଡାକୁଡା ଓ ପଳସୁଧା ପଂଚାୟତ ଦାଇତ୍ୱରେ ଥିବା ବ୍ଲକର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିରଞ୍ଜିବୀ ବିଶ୍ୱାଳ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବ୍ଲକର କର୍ମଚାରୀମାନଙ୍କ ପକ୍ଷରୁ ତାଙ୍କୁ ଗରଦପୁର ବ୍ଲକର ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ବିଶ୍ୱାଳଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ଉତ୍ସବରେ ଏହି ସଂଘର ସଭାପତି ଚୈତନ୍ୟ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ,ଏଥିରେ ଗରଦପୁର ବ୍ଲକର ବିଡିଓ ଧରଣୀଧର ବେହେରା,ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ,ସହକାରୀ ଯନ୍ତ୍ରୀ ଇଂ.ସୁଧିର କୁମାର ବେହେରା,ଜିଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା,ସାମାଜିକ କଲ୍ୟାଣ ଅଧିକାରୀ ଖଗେଶ୍ୱର ସେଠୀ ,ବ୍ଲକର ପ୍ରଗତି ସହାୟକ ପ୍ରମୋଦ କୁମାର ଦାସ,ସରପଂଚ ସୂର୍ଯ୍ୟମଣୀ ସେଠୀ,ସରପଂଚ ଅନୁଜ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସେହିପରି ଏହି ଉତ୍ସବରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା, ଧର୍ମାନନ୍ଦ ବେହେରା, ବିଭୂତି ଭୁଷଣ ମହାନ୍ତି, ବ୍ଲକ କୋଷାଧ୍ୟକ୍ଷ ନରୋତମ ପରିଡା ପ୍ରମୁଖ ଅବସରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଚିରଞ୍ଜିବୀ ବିଶ୍ୱାଳଙ୍କର ଦୀର୍ଘ ଜିବନ କାମନା କରିଥିଲେ । ବ୍ଲକ କର୍ମଚାରୀମାନଙ୍କ ପକ୍ଷରୁ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …