ଭୁବନେଶ୍ୱର, ୦୧/୦୯/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟର ୩ ଜଣ ଆଇପିଏସ୍ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଲେ ସତ୍ୟଜିତ୍ ମହାନ୍ତି , ମନୋଜ ଛାବ୍ରା ଓ ସୁରେନ୍ଦ୍ର ପନୱର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଁ ରାଜ୍ୟ ସରକାର ସାଧାରଣ ପ୍ରଶାସନ ବିଭାଗକୁ ଏହି ୩ ଅଧିକାରୀଙ୍କ ନାମ ସୁପାରିଶ କରିଛନ୍ତି । ଓଡ଼ିଶା ସମାଚାର