Sunday , October 24 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଗ୍ୟାସ ସିଲିଣ୍ଡର ବିଷ୍ଫୋରଣରେ ଜମ୍ବୁ ମେରାଇନ୍ ଥାନା ର ୨ ଜଣ ଡ଼୍ରାଇଭରଙ୍କର ମୃତ୍ୟୁ

ସଂକ୍ଷେପରେ ତାଜା ଖବର : ଗ୍ୟାସ ସିଲିଣ୍ଡର ବିଷ୍ଫୋରଣରେ ଜମ୍ବୁ ମେରାଇନ୍ ଥାନା ର ୨ ଜଣ ଡ଼୍ରାଇଭରଙ୍କର ମୃତ୍ୟୁ

କେନ୍ଦ୍ରାପଡ଼ା,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଗ୍ୟାସ ସିଲିଣ୍ଡର ବିଷ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୮ ଟାରେ ଏହି ଘଟଣା ଘଟିଛି ଜମ୍ବୁ ମେରାଇନ୍ ଥାନା ର ଷ୍ଟାଫ୍ ବାରକରେ । ଏହି ବିଷ୍ଫୋରଣରେ ଜମ୍ବୁ ମେରାଇନ୍ ଥାନା ର ୨ ଜଣ ଡ଼୍ରାଇଭରଙ୍କର ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ଆଜି ସକାଳ ପ୍ରାୟ ସାଢ଼େ ୮ ଟାରେ ଜମ୍ବୁ ମେରାଇନ୍ ଥାନା ର ଷ୍ଟାଫ୍ ବାରକରେ ରୋଷେଇ ହେଉଥିଲା । ଡ଼ାଲମା ଛୁଙ୍କ କରିବା ବେଳେ ନିଆଁ ଛିଟିକି ପାଖରେ ଥିବା ଡ଼ିଜେଲ ରେ ନିଆଁ ଲାଗିଯାଇଥିଲା ଓ ରୋଷେଇ କରାଯାଉଥିବା ଗ୍ୟାସ ଟାଙ୍କି ବିଷ୍ଫୋରଣରେ ଘଟଣାସ୍ଥଳରେ ପି.କେ.ସାମନ୍ତରାୟ ନାମକ ଜଣେ ଡ଼୍ରାଇଭର ର ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଡ଼୍ରାଇଭର ସୁଶାନ୍ତ କୁମାର ସାହୁ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ଡ଼୍ରାଇଭର ସୁଶାନ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ହସପିଟାଲକୁ ନିଆଯାଉଥିବାବେଳେ ଜମ୍ବୁ- ମାର୍ଶାଘାଇ ରାସ୍ତାର ମଙ୍ଗଳପୁର ନିକଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଖବର ପାଇ ଏସପି ନୀତି ଶେଖର ସେଠାକୁ ଯାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *