ଭୁବନେଶ୍ୱର ,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଭୁବନେଶ୍ୱର ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟର କୃତୀ ଅଧ୍ୟାପିକା ପ୍ରୀତିଲତା ପଟ୍ଟନାୟକଙ୍କର ତାଙ୍କର ଭୁବନେଶ୍ୱର ଜଗନ୍ନାଥନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଶ୍ରୀମତୀ ପଟ୍ଟନାୟକ ପୂର୍ବରୁ ମଧ୍ୟ ବ୍ରଜରାଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟାପିକା ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ସେ ଜଣେ କର୍ତବ୍ୟ ପରାୟାଣା ଓ ଛାତ୍ର ବତ୍ସଳ ଓ କୃତୀ ଅଧ୍ୟାପିକା ତଥା ପରୋପକାରୀ ବ୍ୟକ୍ତି ଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କଲାପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ୱାମୀ ମନୋଜ ପଟ୍ଟନାୟକ, ପୁତ୍ର ଇଂ ଆଶୀର୍ବାଦ, ପୁତ୍ରୀ ଆରଧନା, ଭୁବନେଶ୍ୱରର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ଓ ଛାତ୍ର-ଛାତ୍ରୀ ଆଦି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର