Tuesday , October 26 2021
Breaking News
Home / ତାଜା ଖବର / ଲାଂଚ ନେବା ମାମଲା : ମଙ୍ଗଳ ଅଧିକାରିଙ୍କୁ ସାଢେ ୩ ବର୍ଷ ଜେଲ

ଲାଂଚ ନେବା ମାମଲା : ମଙ୍ଗଳ ଅଧିକାରିଙ୍କୁ ସାଢେ ୩ ବର୍ଷ ଜେଲ

 

ଜୟପୁର,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଜୟପୁର ଭିଜିଲାନ୍ସ କୋର୍ଟରେ ଲାଂଚ ନେବା ମାମଲାର ଶୁଣାଣି ହୋଇଛି । ମାମଲା ବିବରଣୀରୁ ପ୍ରକାଶ ଯେ କନ୍ଧମାଳର କେ ନୂଆଗାଁ ଗ୍ରାମର ଗଦାବରିଶ ସେଠି ଗୁଣୁପୁର ବ୍ଲକରେ ବ୍ଲକ ମଙ୍ଗଳ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ୨୦୧୨ ମସିହାରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ଗୁଣୁପୁର ବ୍ଲକ ଚାଲକମ୍ବା ଗ୍ରାମର ମା ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାପତୀ ଶ୍ୟାମ ଶବରଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଗଦାବରିଶ ସେଠି ଧରା ପଡିଥିଲେ । ଏହି ମାମଲାର ଶୁଣାଣି ଜୟପୁର ଭିଜାଲାନ୍ସ କୋର୍ଟ ରେ ଚାଲୁଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଶ୍ରୀକାନ୍ତ ମିଶ୍ର ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତି କରି ରାୟର ଶୁଣାଣି କରିଛନ୍ତି । ରାୟରେ ଅଭିଯୁକ୍ତ ଥିବା ମଙ୍ଗଳ ଅଧିକାରି ଗୋଦାବରିଶ ସେଠିଙ୍କୁ ସାଢେ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୪୦ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *