ପାଟକୁରା,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ଗ୍ରାମପଂଚାୟତର ସାନନୟନପୁର ଗ୍ରାମରୁ ଗତ ୨୯ ତାରିଖ ରାତିରୁ ନିଖୋଜ ଜନୈକ ବୃଦ୍ଧା ଙ୍କ ମୃତ ଶରୀର ଦୁଇଦିନ ପରେ ରବିବାର ଅପରାହ୍ନରେ ମହାନଦୀ ମୁହାଣ ନିକଟବତୀ ଅଂଚଳରୁ କୁଜଙ୍ଗ ପୋଲିସ ଜବତ କରିଥିବା ଜଣାଯାଇଛି । ଖବର ନେବାରୁ ଜଣାଯାଇଛି ଯେ ପାଟକୁରା ଥାନା ଅନ୍ତର୍ଗତ କୁଦାନଗରୀ ଫାଣ୍ଡିରେ ଦିଆଯାଇଥିବା ଏତଲାରୁ ଜଣାଯାଇଛି ଏହି ଗ୍ରାମର କୃଷ୍ଣଚନ୍ଦ୍ର ଦଳାଇଙ୍କ ସ୍ତ୍ରୀ ରମା ଦଳେଇ (୮୨) ବର୍ଷ ଗତ ୨୯ ତାରିଖ ରାତିରେ ନିଖୋଜ ହେଇଯାଇଥିଲେ । ଖବରପାଇଁ କୁଜଙ୍ଗ ଥାନା ଅନ୍ତର୍ଗତ ହସିନା ଗ୍ରାମର ଓ ପାରାଦ୍ୱୀପ ଥାନା ଅନ୍ତର୍ଗତ ପିପଳ ଗ୍ରାମର ୨ ଝିଅ ଙ୍କର ୨ ପୁଅ ଅକ୍ଷୟ ମାଝି ଓ ତେଫାନ ମାଝି ମାମୁଁଘର ଗାଁ ସାନନୟନପୁର ଗାଁ କୁ ଆସିଥିଲେ । ଘରେ ଥିବା ରମା ଦଳେଇ ଙ୍କ ବଡ ପୁଅ ମାମୁଁ ଅଧିର ଦଳାଇଙ୍କୁ ବୁଢିମା ନିଖୋଜ ସମ୍ପର୍କରେ ପଚାରିବାରୁ ମାମୁଁ ଅଧିର ଦୁଇଭଣାଜାଙ୍କୁ ଗାଳିଗୁିଲଜ କରି ଘରୁ ବାହାର କରିଦେଇଥିଲେ । ଏ ସମ୍ପର୍କରେ ଅକ୍ଷୟ ଓ ତେଫାନ ପଡୋଶି ଓ ଗ୍ରାମବାସୀ ମାନଙ୍କୁ ଆଇ ମା ରମା ଦଳାଇଙ୍କ ସମ୍ପର୍କରେ ପଚାରିବାରୁ ସେମାନେ କହିଥିଲେ ଯେ ଗତ ୨୯ ତାରିଖ ରାତିରେ ଅଧିର ଦଳାଇ ତାଙ୍କ ମା ରମା ଦଳାଇ ଙ୍କୁ କୋ÷ଣସି କରଣରୁ ମାରଧର କରିଥିଲେ । ମାଡ଼ରେ ମା ବେହୋସ ହୋଇଯାଇଥିଲେ ଓ ମଳତ୍ୟାଗ କରିପକାଇଥିଲେ । ପାଟିତୁଣ୍ଡ ଶୁଣି ପଡୋଶି ଓ ଗ୍ରାମବାସୀ ଏ ସମ୍ପର୍କରେ ଅଧିର ଘରକୁ ଆସି ପଚାରିବାରୁ ଅଧିର ମଧ୍ୟ ସେମାନଙ୍କୁ ଗାଳିଗୁଲଜ କରି ପଳାଇଯିବାକୁ ଧମକ ଦେଇଥିଲା । ଏହି ଘଟଣା ପର ଠାରୁ ରମାଦଳାଇ ନିଖୋଜ ହୋଇଯାଇଥିବା ଜଣାପଡିଥିଲା । ନାତୀ ଅକ୍ଷୟ ମାଝି ଓ ତେଫାନ ମାଝି ପାଟକୁରା ଥାନା ଅନ୍ତର୍ଗତ କୁଦାନଗରୀ ଫାଣ୍ଡିରେ ଆଇମା ନିଖୋଜ ନେଇ ୩୧ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ପତ୍ରରେ ଦୁଇ ନାତି ଙ୍କ ସହିତ ସାନନୟନପୁର ଗ୍ରାମର ବୁନ୍ଦାବନ ପାଣି , ନିରଂଜନ ଦଳାଇ , ପରୀ ମାଝି , ସୁଧିର ଦଳାଇ , ବ୍ରହ୍ମାନନ୍ଦ ମାଝି , ପତାପ କୁମାର ପାଣି , ସେବତୀ ମାଝି , ରବିନ୍ଦ୍ର ଦଳାଇ ପ୍ରମୁଖ ଙ୍କ ଦସ୍ତଖତ ଥାଇ ଫାଣ୍ଡିରେ ଅଭିଯୋଗ କରିଥିଲେ । ପୋଲିସ ରମା ଙ୍କ ନିଖୋଜ ଭଳି ସ୍ପର୍ଶ କାତର ଘଟଣା ର ୨ ଦିନ ବିତିଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନେଇନଥିବାବେଳେ ରବିବାର ଦିନ ନିଖୋଜ ବୃଦ୍ଧାଙ୍କ ମୃତ ଶରର କୁଜଙ୍ଗ ଥାନା ଅନ୍ତର୍ଗତ ମହାନଦୀ ମୁହାଣରୁ ଜବତ ହୋଇଛି । ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆଜି ମହାନଦୀ ମୁହାଣ ପାଖାପାଖି ସ୍ଥାନରୁ ରମା ଦଳାଇଙ୍କ ମୃତ ଶରୀର କୁଜଙ୍ଗ ଥାନା ପୋଲିସ ଜବତ କରିଛି । ଶବ ବ୍ୟବଛେଦ ରିପୋର୍ଟ ହସ୍ତଗତ ହେଲାପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଏସଆଇ ଜମସେଦ ଜଣାଇଛନ୍ତି । ତେବେ ରମା ଦଳାଇଙ୍କୁ ତାଙ୍କ ବଡ଼ ପୁଅ ୨୯ ତାରିଖରେ ବାଡ଼ିଆବାଡ଼ି ପରେ ସେ ବେହୋସ ଥିଲେ ଓ ମଳ ତ୍ୟାଗ କରିପକାଇଥିଲେ । ତେଣୁ ପୁଅର ମାଡ଼ରେ ମାର ମୃତ୍ୟୁ ହେବା ପରେ ଘର ନିକଟସ୍ଥ ମହାନଦୀ ପାଣିରେ ପକାଇ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିବା ସଙ୍ଗେ ସଙ୍ଗେ ବୋଲିସ୍ ଏହାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ଏହି ସାନନୟନପୁର ଗ୍ରାମରେ ଏକ ଚୋରାମଦ କାଉଂଟର ଚାଲୁଥିଲେ ମଧ୍ୟ ପୋଲିସ କିମ୍ବା ଅବକାରୀ ବିଭାଗ ଦିନେ ହେଲେ ଚଢ଼ାଉ କରୁନାହିଁ ବୋଲି ଆହୁରୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର