ପାରାଦ୍ୱୀପ,୦୧/୦୯/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ବଡପଡିଆସ୍ଥିତ ଦୁର୍ଗା ମଣ୍ଡପ କାର୍ଯ୍ୟାଳୟ ପରିସରରେ ସଂଘ ଦ୍ୱାରା ଆୟୋଜିତ ସାଧାରଣ ବୈଠକରେ ଶ୍ରମିକ ଓ ବିଜେଡି ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ପୁନର୍ବାର ସଭାପତି ଭାବେ ନିର୍ବାଚିତ କରାଯାଇଛି । ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ମାନସ ରଞ୍ଜନ ବିଶ୍ୱାଳ, ସମ୍ପାଦକ ଦେବବ୍ରତ ସାହୁ, ଉପସଭାପତି ଅନାଦି ଚରଣ ପରିଡା, ସହସମ୍ପାଦକ ରାଜେନ୍ଦ୍ର କୁମାର ବଳ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ମନୋନିତ ହୋଇଛନ୍ତି । ଅନ୍ୟପକ୍ଷରେ ପାରାଦ୍ୱୀପ ଠାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ଗୃହ , ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ମାନ୍ୟବର ସାଂସଦ ଡା.ରାଜଶ୍ରୀ ମଲ୍ଲିକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ଓ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଉତ୍ସବ ପାଳନର ସଭାପରେ ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡା.ରାଜଶ୍ରୀ ମଲ୍ଲିକ ଓ ବିଧାୟକ ସମ୍ବିତ ରାଉତରାୟ ପାରାଦ୍ୱୀପ ପୋର୍ଟ ବଣିକ ସଂଘରେ ପହଂଚିଥିଲେ । ମା ଦୁର୍ଗାଙ୍କୁ ପୂଜା କରିସାରିବା ପରେ ପାରାଦ୍ୱୀପ ପୋର୍ଟ ବଣିକ ସଂଘର ନବନିର୍ବାଚିତ ସଭାପତି ତଥା ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ବିଶ୍ୱାଳ, ସାଧାରଣ ସମ୍ପାଦକ ଦେବବ୍ରତ ସାହୁଙ୍କ ସମେତ ସଂଘର ଉପଦେଷ୍ଟା ପ୍ରବୋଧ କୁମାର ଦାସ ଓ ବହୁ ସଦସ୍ୟ କର୍ମକର୍ତା ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଚଳିତ ବର୍ଷ ପୁର୍ନବାର ଶ୍ରୀ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଅତିଥିମାନେ ଶ୍ରୀ ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମକତା ମାନଙ୍କୁ ଅଭିନନ୍ଦନ ଜଣେଇଥିଲେ । ସଂଘ ପକ୍ଷରୁ ଅତିଥି ମାନଙ୍କୁ ବ୍ୟବସାୟୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ଉପରେ ସମସ୍ତ ସହଯୋଗ କରାଯିବ ବୋଲି ଅତିଥିମାନେ ପ୍ରତିଶୃତି ଦେଇଥିଲେ । ଓଡ଼ିଶା ସମାଚାର