Wednesday , October 4 2023
Breaking News
Home / ତାଜା ଖବର / ପାରାଦ୍ୱୀପ ଆଦର୍ଶ ଥାନା ଦ୍ୱାରା ନକଲି ଆୟକର ଅଧିକାରୀ ଗିରଫ

ପାରାଦ୍ୱୀପ ଆଦର୍ଶ ଥାନା ଦ୍ୱାରା ନକଲି ଆୟକର ଅଧିକାରୀ ଗିରଫ

ପାରାଦ୍ୱୀପ,୦୧/୦୯/୨୦୧୯(ଓଡ଼ିଶା ସମାଚାର)-ଆୟକର ବିଭାଗର ଚାକିରୀ  କରାଇଦେବାର ପ୍ରଲୋଭନ ଦେଖାଇ ନିଜ ସାଙ୍ଗଠାରୁ  ଦେଢ ଲକ୍ଷ ଟଙ୍କା ଠକି  ନେଇଥିବା ନକଲି ଆୟକର ଅଧିକାରୀ ସହସ୍ରାଂଶୁ ଜେନା  (୨୯) ପାରାଦ୍ୱୀପ ପୋଲିସ ଶୁକ୍ରବାର  ଦିନ ଗିରଫ କରିଛି । ଖବରରୁ ପ୍ରକାଶ  କଟକ ଜିଲ୍ଲାର ନେମାଳ ଥାନା ଅଂଚଳର ଚକେଇଶିଆଣିରେ ରୁହନ୍ତି । ନିଜ ସାଙ୍ଗକୁ ଆୟକର ଅଧିକାରୀର ପରିଚୟ ଦେଇ ଅଢେଇଲକ୍ଷ ଟଙ୍କା ଦେଲେ ପାରାଦ୍ୱୀପ  ଆୟକର ବିଭାଗର ଚାକିରୀ କରାଇଦେବ କହି  ଦେଢଲକ୍ଷ ଟଙ୍କା ନେଇଥିଲା । ତେବେ ନିଜ ସାଙ୍ଗ ରାଜେଶ କୁମାର ସ୍ୱାଇଁ (୩୦)ଙ୍କ ମନରେ ବିଶ୍ୱାସ ସୃଷ୍ଟି  ଉଦ୍ଦେଶ୍ୟରେ  ତାଙ୍କୁ ପାରାଦ୍ୱୀପ  ବୁଲାଇ ଆଣିଥିଲେ । ତେବେ ପାରାଦ୍ୱୀପରେ ଆୟକର ଅଫିସକୁ ବାହାରୁ ଦେଖାଇ ଆହୁରୀ ଖାତିରି ପାଇଁ ପାରାଦ୍ୱୀପ ଆଦର୍ଶ ଥାନାରେ ପହଂଚିି ଜଣେ କର୍ତବ୍ୟରତ ଥାନା  କର୍ମଚାରୀଙ୍କୁ ତାର ନକଲି ପରିଚୟପତ୍ର ଦେଖାଇଥିଲା । ତେବେ ଏହି ସମୟରେ ଥାନାଧିକାରୀ  ରଜନୀ କାନ୍ତ ସାମଲଙ୍କ ସନ୍ଦେହ ହେବାରୁ ଏହି ଦୁଇଜଣଙ୍କୁ ଅଟକ ରଖି ସେମାନଙ୍କୁ ଜେରା କରିଥିଲେ । ଏବଂ ଜେରା ସମୟରେ  ସବୁ ସତକଥା ପଦାକୁ ଆସିଥିଲା । ସବୁ ଜାଣିଲା ପରେ  ଷଡଯନ୍ତ୍ରର ଶିକାର ହୋଇଥିବା ରାଜେଶ ଥାନାରେ ଏକ ଅଭିଯୋଗ କଲାପରେ ଅଭିଯୋଗ ଭିତିରେ ପୁଲିସ ସହସ୍ରାଂଶୁକୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *