Sunday , October 1 2023
Home / ତାଜା ଖବର / ନଦୀରେ ବୁଡ଼ିଯାଇ ବୃଦ୍ଧା ମୃତ

ନଦୀରେ ବୁଡ଼ିଯାଇ ବୃଦ୍ଧା ମୃତ

ପାଟକୁରା, ୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତକାଲି ପୂର୍ବାହ୍ନ ପ୍ରାୟ ୧୧ ଟା ବେଳେ ଗରଦପୁର ବ୍ଲକ୍ ଅଧିନ କଳାବୁଦା ଗ୍ରାମ ପଂଚାୟତ କଳାବୁଦା ଗ୍ରାମର ଚମ୍ପା ସାହୁ(୮୦) ଚିତ୍ରୋତ୍ପଳା ନଦୀରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି । ଚମ୍ପା ସାହୁ ଗାଧେଇବା ପାଇଁ କଳାବୁଦା ବାରୁଣୀ ଘାଟ ନିକଟ ଚିତ୍ରୋତ୍ପଳା ନଦୀ କୁ ଯାଇଥିଲା । ଗାଧେଇବାବେଳେ ହଠାତ ଗୋଡ଼ ଖସିଯିବାରୁ ସେ ପାଣି ସ୍ରୋତରେ ଭାସିଯାଇ ବୁଡ଼ିଯାଇଥିଲା । ପାଖରେ ଥିବା ଲୋକମାନେ ପାଣିକୁ ଡ଼େଇଁ ଚମ୍ପାକୁ ଉଦ୍ଧାର କରିଥିଲେ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଓ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ପଠାଇଥିଲେ । ସନ୍ଧ୍ୟାରେ ମୃତ ଚମ୍ପା ସାହୁଙ୍କ ଅନ୍ତିମ ସଂସ୍କାର ଗ୍ରାମ ସ୍ମଶାନରେ କରାଯାଇଥିଲା କଳାବୁଦା ଗ୍ରାମର ସ୍ୱର୍ଗତ ଧରମୁ ସାହୁଙ୍କ ପତ୍ନୀ ଅଟନ୍ତି । ତାଙ୍କର ଗୋଟିଏ ରଂଜନ ସାହୁ (୪୦) ନାମକ ପୁତ୍ର ଅଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *