Saturday , October 16 2021
Breaking News
Home / ତାଜା ଖବର / ନକଲି ତମାଖୁ କାରଖାନା ଉପରେ ଚଢ଼ଉ – ବିପୁଳ ପରିମାଣର ତମାଖୁ ପ୍ୟାକେଟ, କଂଚାମାଲ୍ ଓ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଦୁଇଟି ମେସିନ ଜବତ

ନକଲି ତମାଖୁ କାରଖାନା ଉପରେ ଚଢ଼ଉ – ବିପୁଳ ପରିମାଣର ତମାଖୁ ପ୍ୟାକେଟ, କଂଚାମାଲ୍ ଓ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଦୁଇଟି ମେସିନ ଜବତ

ନବରଙ୍ଗପୁର,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ନବରଙ୍ଗପୁର ଥାନା ପୁଲିସ ଏକ ନକଲି ତମାଖୁ ପ୍ରସ୍ତୁତ କାରଖାନା ଉପରେ ଚଢ଼ଉ କରି ବିପୁଳ ପରିମାଣର ତମାଖୁ ପ୍ୟାକେଟ, କଂଚାମାଲ୍ ଓ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଦୁଇଟି ମେସିନ ଜବତ କରିଛି । ଏହି ଘଟଣାରେ ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା କରି ପରେ ଛାଡି ଦେଇଛି । ନବରଙ୍ଗପୁର ସହର ରାଜୁସାହି ନିବାସୀ ପିଙ୍କୁ ସାହୁଙ୍କ ଇଛାବତୀଗୁଡାରେ ଥିବା ଘରେ ଦୀର୍ଘଦିନ ଧରି ଏହି ନକଲି ତମାଖୁ ପ୍ରସ୍ତୁତ କରାଯାଉଥିଲା । ଏଠାରେ ଦୁଇଟି ମେସିନ, ୬ କ୍ୱିଂଟାଲ ବନଦୁର୍ଗା ବ୍ରାଣ୍ଡର ତମାଖୁ ଓ ୧୦ କ୍ୱିଂଟାଲ କଂଚାମାଲ୍ ଗଚ୍ଛିତ ଥିବା ନେଇ ଅଟକ ଥିବା ଯୁବକ ଟିଙ୍କୁ ମିଶ୍ର (୨୩) କହିଛି । ଟିଙ୍କୁଙ୍କ ଘର କଳାହାଣ୍ଡି ଜିଲା ଜୁନାଗଡ ଲକ୍ଷ୍ମୀସାଗରପଡା ଅଂଚଳରେ । ତାଙ୍କ ସହ ତାଙ୍କ ସାହିର ଅନ୍ୟ ଦୁଇ ଜଣ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ଟିଙ୍କୁ କହିବା ଅନୁଯାଇ ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଗାଁରେ କନକ ଦୁର୍ଗା ନାମକ ଏକ ତମାଖୁ ପ୍ରସ୍ତୁତ କାର୍ଯ୍ୟରେ ସେମାନେ ନିୟୋଜିତ ଥିଲେ । ଏକ ସପ୍ତାହ ହେବ ସେମାନେ ନବରଙ୍ଗପୁର ଇଛାବତୀଗୁଡାକୁ ଆସି କାମ କରୁଥିଲେ । ତୁମ୍ବର୍ଲାରେ ତଇବା କନକ ଦୁର୍ଗା ତମାଖୁ ପ୍ରସ୍ତୁତ ମଧ୍ୟ ପିଙ୍କୁ ସାହୁଙ୍କର ରହିଥିଲା । ସେଠାରୁ ହିଁ ସେ ଏଠାକୁ ଆଣିଥିଲେ । ମେସିନ ମଧ୍ୟ ପିଙ୍କୁର ବୋଲି ଅଟକ ଯୁବକ ଜଣକ କହିଛି । ଶ୍ରମିକ ମାନଙ୍କୁ ଗୋଟିଏ ବସ୍ତା ପ୍ୟାକେଟ ପ୍ରସ୍ତୁତ କଲେ ୨ ଶହ ଟଙ୍କା ପିଙ୍କୁ ମଜୁରି ଦେଉଥିଲେ । ଏହି ନକଲି ତମାଖୁ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ ପ୍ରକାରେ ନବରଙ୍ଗପୁର ପୁଲିସ ଚଢ଼ଉ କରିଥିଲା  । ଏହି ଚଢ଼ଉରେ ଅତିରିକ୍ତ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ଶବର, ଏସଆଇ ଦେବଦତ ମଲ୍ଲିକ, ସସ୍ମିତା ପୂଜାରୀ, ଏଏସଆଇ ଅଶୋକ କୁମାର ଦେଓ ପ୍ରମୂଖ ରହିଥିଲେ । ଏ ସଂପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଦୀର୍ଘ ଦିନ ଧରି ଏହି ନକଲି କାରଖାନା ଚାଲୁଥିବାବେଳେ ପୁଲିସ କିଭଳି ଜାଣି ପାରୁନଥିଲା ତାହା ମସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଟକ ଯୁବକ ଟିଙ୍କୁକୁ ଶ୍ରମିକ ବୋଲି ଦର୍ଶାଯାଇଥିବାବେଳେ ମାଲିକ ପିଙ୍କୁ ଫେରାର୍ ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି । ଥାନା ଅଧିକାରୀ ତାରିକ ଅହମ୍ମଦଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କର ଦୁଇଟି ଯାକ ମୋବାଇଲ ସୁଇଚ ଅଫ ରହିଥିଲା । ଅନ୍ୟପକ୍ଷରେ ଚଉରେ ଭାଗ ନେଇଥିବା ଏଏସଆଇ ଏ.କେ. ଦେଓଙ୍କୁ ପଚାରିବାରୁ ଅଟକ ଶ୍ରମିକଙ୍କୁ ପଚାରିବା ସହ ଛଡାଯାଇଥିବାବେଳେ ମାଲିକ ଫେରାର୍ ଥିବା କହିଥିଲେ । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *