Friday , September 29 2023
Breaking News
Home / ଶିକ୍ଷା / ଚାଉଳିଆ ବାମରା ହାଇସ୍କୁଲରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର

ଚାଉଳିଆ ବାମରା ହାଇସ୍କୁଲରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର

ପାଟକୁରା,୦୧/୦୯/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ର ଚାଉଳିଆ ବାମରା ହାଇସ୍କୁଲ ପରିସରରେ ବ୍ଲକ୍ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା ପାଠଚକ୍ରକୁ ଉଦଘାଟନ କରିଥିଲେ । ବ୍ଲକର ନୋଡାଲ ସଂଯୋଜକ ତଥା ପ୍ରଧାନଶିକ୍ଷକ ମଳୟ କୁମାର ପାଣି ପାଠଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ବିଜ୍ଞାନଶିକ୍ଷକ ମନୋଜ କୁମାର ଶତପଥୀ ଯୋଗଦାନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ପରିଡା, ଅନ୍ତେଇ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଖତୁସାହୁ ଯୋଗଦାନ କରି ରସାୟନ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ବିଜ୍ଞାନଶିକ୍ଷକ ଦୋଳଗୋବିନ୍ଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ସୁବାଷ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠଚକ୍ରରେ ନୈନ୍ଦିପୁର ହାଇସ୍କୁଲର ନବଜ୍ୟୋତି ସାମନ୍ତରାୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କୋରୁଆ ସରକାରୀ ହାଇସ୍କୁଲର ଅଂଶୁମାନ ଜେନା ଦ୍ୱିତୀୟ ଓ କୁଦାନଗରୀ ହାଇସ୍କୁଲର ଶୁଭଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *