Wednesday , December 1 2021
Breaking News
Home / ବିଶେଷ / ଏମାର ମଠରେ ଥିବା ଜୁଏଲାରୀ ଦୋକାନ ଧୂଳିସାତ୍ : ଆଗାମୀ ଦୁଇ ଦିନ ପାଇଁ ଉଚ୍ଛେଦ କାର୍ଯ୍ୟ ବନ୍ଦ

ଏମାର ମଠରେ ଥିବା ଜୁଏଲାରୀ ଦୋକାନ ଧୂଳିସାତ୍ : ଆଗାମୀ ଦୁଇ ଦିନ ପାଇଁ ଉଚ୍ଛେଦ କାର୍ଯ୍ୟ ବନ୍ଦ

 ପୁରୀ, ୦୧/୦୯/୨୦୧୯(ଓଡ଼ିଶା ସମାଚାର)-ବହୁ ଚର୍ଚ୍ଚିତ ଏମାର ମଠରେ ଥିବା ରଘୁନନ୍ଦନ ଲାଇବ୍ରେରୀ ୪ ମହଲା କୋଠା  ଧୂଳିସାତ ହେବା ପରେ ଶନିବାର କାକୁଡିଖାଇ ଛକ ନିକଟରେ ଏମାର ମଠରେ ଦୋକାନଗୃହ କରିଥିବା ୮ଟି ଦୋକାନକୁ ବୋଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଛି । ମାଜିଷ୍ଟ୍ରେଟ ଓ ପୁଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରୀ ରହିଥିଲା  । ଅନ୍ୟପକ୍ଷରେ ମହନ୍ତ ରହିଥିବା ଗୃହର ରାସ୍ତାପଟ ଦୋକାନ ଗୃହ ଭଙ୍ଗାଯାଉଥିବା ସମୟରେ ମହନ୍ତ ନିର୍ବିକାର ଭାବେ ତାଙ୍କ କୋଠରୀରେ ବସିଥିଲେ । ପ୍ରଶାସନ ଭାଙ୍ଗିବା ମୁଡରେ ଥିବାରୁ କିଛି ଶୁଣୁନାହିଁ । ସବୁଠାରୁ ଚର୍ଚ୍ଚିତ ଗଣେଶ ଜୁଏଲାରୀ ଚୁରମାର ହୋଇଯାଇଛି । ସେହିପରି ଦୁର୍ଗା ଜୁଏଲାରୀ, ଡାଏମଣ୍ଡ ଜୁଏଲାରୀ, ଶ୍ୟାମାକାଳୀ ଜୁଏଲାରୀ ଆଦି ଦୋକାନ ଗୃହ ସଂପୂର୍ଣ୍ଣ ଚୁରମାର ହୋଇଯାଇଛି । ମଠର ପୁରୁଣା ଛାତ ତଳେ ନୂଆ ଛାତ ନିର୍ମାଣ କରାଯାଇ ଏହି ଦୋକାନ ଗୃହ ଚାଲିଥିଲା  । ଏହା ବ୍ୟତୀତ ରବିବାର ଓ ଗଣେଷ ପୂଜା ନିମନ୍ତେ ଆଗାମୀ ଦୁଇ ଦିନ ପାଇଁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି  । ଏମାର ମଠ ପରେ ବଡ ଆଖଡ଼ା ଓ ସାନ ଛତା ମଠକୁ ଭଙ୍ଗାଯିବ ବୋଲି ସେ ସୂଚନା ଦେଇଛନ୍ତି  । ମହନ୍ତଙ୍କ ଯୁକ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଥିଲେ ଯେ, ମହନ୍ତଙ୍କର ବ୍ୟକ୍ତିଗତ ଜୀବନ ରହିଛି  । ନିଷ୍ପତି ନେବା ପୂର୍ବରୁ ବୈଷୟିକ କମିଟି ସହିତ ଆଲୋଚନା କରାଯିବ  । ଆଲୋଚନା ପରେ ପରବର୍ତୀ ନିଷ୍ପତି ନିଆଯିବ  । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *