Wednesday , January 19 2022
Breaking News
Home / ବିଶେଷ / ସ୍ୱାୟତଶାସନ ଦିବସ ଉପଲକ୍ଷେ ଗଣଦୈାଡ

ସ୍ୱାୟତଶାସନ ଦିବସ ଉପଲକ୍ଷେ ଗଣଦୈାଡ

କେନ୍ଦ୍ରାପଡା, ୩୧/୦୮/୨୦୧୯(ଓଡ଼ିଶା ସମାଚାର)- ୧୫୦ବର୍ଷ ପୂର୍ତି ପାଳନ କରିସାରିଥିବା ଓଡିଶାର ସର୍ବପୂରାତନ କେନ୍ଦ୍ରାପଡା ପୈାରପାଳିକା ପକ୍ଷରୁ ସ୍ୱାୟତଶାସନ ଦିବସ ପାଳନ ପରୀପ୍ରେକ୍ଷୀରେ ଶୁକ୍ରବାର ସକାଳେ ସହରରେ ଗଣଦୈାଡ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରୁ ସକାଳ ପ୍ରାୟ ୭ଟା ସମୟରେ ଏହି ଗଣଦୈାଡକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଥିଲେ । ଏହି ଗଣଦୈାଡରେ ବିଭିନ୍ନ ସ୍କୁଲ ,କଲେଜ ଓ ଅନୁଷ୍ଠାନର ଏକହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀମାନେ କଲେଜ ପରିସରରୁ ବାହାରି ତିନିମୁହାଣି ଛକ, ଜ୍ଞାନପୀଠ ଛକ, କଜଳା, ମହିପାଳ, ନୂଆ ବସଷ୍ଟାଣ୍ଡ, କାକଟ, ଦିଲାରପୁର, ବଡହାଟ, ପୁରୁଣା ବସଷ୍ଟାଣ୍ଡ, ମଢିଆଳ, ବଳଗଣ୍ଡି, ସାନ୍ତସାହି,କେଶପୁର ବଜାର, ସାନମଙ୍ଗଳାଛକ, ବଡମଙ୍ଗଳା ଛକ ଦେଇ ଇଛାପୁର ରଥଦାଣ୍ଡରେ ପହଁଚିଥିଲା । କଲେଜ ପରିସରରୁ ଏହି ଗଣଦୈାଡରେ ଜିଲ୍ଲାପାଳ ସମର୍ଥ ବର୍ମା, ବିଧାୟକ ଶଶୀଭୂଷଣ ବେହେରା, ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ,ଯୁବନେତା ଶକ୍ତିକାନ୍ତ ପାତ୍ର ପ୍ରମୁଖ ଚାଲି ଚାଲି ଇଛାପୁର ରଥଦାଣ୍ଡ ପର୍ଯ୍ୟନ୍ତ ଆସିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଭଳି ଅଧିକାରୀମାନେ ଜ୍ଞାନପୀଠ ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ । ବାଟରେ ବିଭିନ୍ନ ସ୍ଥାନରେ ଗଣଦୈାଡରେ ଅଂଶଗ୍ରହଣକାରୀଙ୍କୁ ଗ୍ଲୁକୋଜ ପାଣି ପୈାରସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୭୯୨ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିବସରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାର …

Leave a Reply

Your email address will not be published. Required fields are marked *