Sunday , October 24 2021
Breaking News
Home / ତାଜା ଖବର /   ସିସି କ୍ୟାମେରା ଫୁଟେଜ ଓ ଫୋନ ଟ୍ରାକିଙ୍ଗ ରେ ଧରାପଡିଲା ମୋବାଇଲ ଚୋର

  ସିସି କ୍ୟାମେରା ଫୁଟେଜ ଓ ଫୋନ ଟ୍ରାକିଙ୍ଗ ରେ ଧରାପଡିଲା ମୋବାଇଲ ଚୋର

   ପାଟକୁରା,୩୦/୦୮/୨୦୧୯(ଓଡ଼ିଶା ସମାଚାର)-ସିସି କ୍ୟାମେରା ଫୁଟେଜ ଓ ଫୋନ ଟ୍ରାକିଙ୍ଗ ଜରିଆରେ ଦୀର୍ଘ ୭ ମାସ ପରେ ଜଣେ ମୋବାଇଲ ଚୋର କୁ ପାଟକୁରା ଥାନା ପୋଲିସ ଧରିବାରେ ସଫଳ ହେଇଛି । ଥାନା କେସ ନଂ ୧୩/୯୯ ରେ ମାମଲା ରୁଜୁ ହେଇଥିବା ଏହି ଘଟଣାରେ ସପୃକ୍ତ ଅଭିଯୁକ୍ତ ସୁକାନ୍ତ ସେଠୀକୁ ପୋଲିସ ଗିରିଫ କରିଛି । ସୁଚନା ଯୋଗ୍ୟ ଯେ ଏହି ଚୋରୀ ଘଟଣା ଗତ ଜାନୁଆରୀ ୧୫ ତାରିଖ ରାତି  ପ୍ରାୟ ୧୨ ଟା ସମୟରେ ପାଟକୁରା ବଜାରରେ ଥିବା ପାଟକୁରା ମେଡିସିନ ଷ୍ଟୋର ରେ ଘଟିଥିଲା । ପାଟକୁରା ଡାକ୍ତରଖାନା ଫାଟକ ସମୁଖରେ  ଥବା ଏହି ମେଡିସିନ ଷ୍ଟୋର ଦିନ ରାତି ୨୪ ଘଂଟା ଖେଲାରହିଥାଏ । ସେଦିନ ରାତିରେ ଦେକାନରେ ଥିବା ଦୋକାନ ମାଲିକ ସୁଧାଂଶୁଙ୍କ ସାନଭାଇ ସିତାଂଶୁ ଙ୍କୁ ନିଦ ଲାଗିବାରୁ  ଦେକାନରେ ପଡିଥିବା ଖଟିଆରେ ଢୋଳେଇପଡିଥିଲେ  ଓ ତାଙ୍କର ମୋବାଇଲ ୨ ଟି ଅନ୍ୟ ଏକ ଚେୟାରରେ ରଖିଥିଲେ । ଏହି ସମୟରେ ପାରାଦୀପ ଲକ୍ ଥାନା ଅନ୍ତର୍ଗତ ହାଣ୍ଡିଆ ଗ୍ରାମର ସୁକାନ୍ତ ସେଠୀ ଦୋକାନ ସମୁଖ ରାସ୍ତାଦେଇ ତାଙ୍କ ଭଉଣୀ ଘର .ପହଣା ଗ୍ରାମକୁ ଯାଉଥିଲେ । ରାତି ୧୨ ଟା ସମୟରେ ବଜାର ସମ୍ପୁର୍ଣ୍ଣ ଶୁନ ସାନ ହେଇଯାଇଥିଲା ବେଳେ ଏହି େଓ÷ଷଧ ଦୋକାନଟି ଖୋଲା ଥିବା ଦେଖି  ଦୋକାନ ନିକଟରେ ସେ ଅଟିକିଯାଇଥିଲେ । ଦୋକାନରେ ଥିବା  ଦୋକାନୀ ଶୋଇଯାଇଥିବା ଦେଖି ସେ ଧିରେ ଧିରେ ଦେକାନ ସୋ କେସ କବାଟ ଖୋଲି ଭିତରକୁ ପ୍ରବେଶ କରି ମୋବାଇଲ ୨ ଟିକୁ ନେଇ ଖସି ପଳାଇଯାଇଥିଲେ । ଏ ସମସ୍ତ ଘଟଣା ସିସି ଟିଭି କ୍ୟାମେରା ମଧ୍ୟରେ କଏଦ ହେଉଥିଲା , କିନ୍ତୁ ସୁକାନ୍ତ ହେଲମେଟ ପିନ୍ଦିଥିବାରୁ ତାଙ୍କୁ ଚିହ୍ନିବା ସମ୍ବବ ହୋଇନଥିଲା । ଏସମ୍ପର୍କରେ ସିତାଂଶୁ ପାଟକୁରା ଥାନାରେ ଏତଲା ସହିତ ସିସି ଟିଭିର ଫୁଟେଜ  ଓ ଚୋରିହୋଇଯାଇଥିବା ୨ ଗୋଟି ମୋବାଇଲ ର ନଂ ଦାଖଲ କରିଥିଲେ । ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନ ପାଟକୁରା ଥାନା କେସ ନଂ ୧୩ / ୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଫୋନ ଟ୍ରାକିଙ୍ଗ ଜରିଆରେ ଚୋରିଯାଇଥିବା ଦୁଇଟି ମୋବାଇଲ ଫୋନ ମଧ୍ୟରୁ ଗୋଟିଏ ମୋବାଇଲ ପାଟକୁରା ଥାନା ଅନ୍ତର୍ଗତ ପହଣା ପନ୍ଦିଆ ଗ୍ରାମରେ  ରାଖୀ ସେଠୀ ନାମକ ଜଣେ ଯୁବତୀଙ୍କ ପାଖରେ ଥିବା ଜାଣି  ତାଙ୍କ ନିକଟରୁ ମୋବାଇଲ ଫୋନ ଜବତ କରିଥିଲେ । ତାଙ୍କ ମାମୁଁ ସୁକାନ୍ତ ସେଠୀ ଏହି ମୋବଇଲ ଟି ତାଙ୍କୁ ଦେଇଥିବା ପୋଲିସକୁ ସେ ଜଣାଇଥିଲେ । ପୋଲିସ ରାଖୀ କୁ ସାଥିରେ ନେଇ ପାରଦ୍ୱୀପ ଲକ୍ ଥାନା ଅନ୍ତର୍ଗତ ହାଣ୍ଡିଆ ଗ୍ରାମରୁ  ତାର ମାମୁଁ ସୁକାନ୍ତ ସେଠୀ କୁ ଗିରଫ କରି ଥାନାକୁ ଆଣିବା ସହିତ ତାଙ୍କ ଠାରୁ ଅନ୍ୟ ଏକ ଚୋରୀ ମୋବାଇଲ ଟି ଜବତ କରିଥିଲେ । ସୁକାନ୍ତ ପାରଦ୍ୱୀପ ଇଫକୋ କମ୍ପାନୀର ଜଣେ ଠିକାଦାର ଙ୍କ ଅଧିନରେ  କାମ କରେ  ।   ଅଭିଯୁକ୍ତ ସୁକାନ୍ତ ଙ୍କୁ କୋର୍ଟଚାଲଣ କରାଯାଇଥିବା  ଆଇଆଇସି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *