Monday , January 30 2023
Breaking News
Home / ବିଶେଷ / ସର୍ବ ଭାରତୀୟ ସ୍ୱାୟତଶାସନ ଦିବସ ପାଳିତ

ସର୍ବ ଭାରତୀୟ ସ୍ୱାୟତଶାସନ ଦିବସ ପାଳିତ

କେନ୍ଦ୍ରାପଡା ୩୧/୦୮/୨୦୧୯(ଓଡ଼ିଶା ସମାଚାର)-ଓଡିଶାର ସର୍ବ ପୁରାତନ କେନ୍ଦ୍ରାପଡା ପୈାରସଂସ୍ଥାରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ   ଶନିବାର ସକାଳେ କେନ୍ଦ୍ରାପଡା ବିଧାୟକ  ଶଶୀଭୂଷଣ ବେହେରା ଅତିଥି ଭାବେ ଯୋଗଦେଇ  ହଜାରି ବଗିଚାରେ ପଦାର୍ଥ ପୁନରୁଦ୍ଧାର ସୁବିଧା, ତିନିମୁହାଣିରେ ଯାତ୍ରୀ ବିଶ୍ରାମାଗାର  ଓ  ଟାଉନହଲର ଆଧୁନିକୀକରଣ ପ୍ରକଳ୍ପକୁ ଉଦଘାଟନ କରିଥିବା  ବେଳେ  ପୈାରସଂସ୍ଥା କାର୍ଯ୍ୟାଳୟ  ନିକଟ ପୁଷ୍କରିଣୀର ପୁନରୁଦ୍ଧାର, ବିଜୁ ପଟ୍ଟନାୟକ ପାର୍କ,  ହଜାରିବଗିଚାରେ   ମାଇକ୍ରୋ କମ୍ପୋଷ୍ଟିଂ  ସେଂଟର,  ମହାଭୋଇ ପୋଖରୀ ର ଉନ୍ନତିକରଣ,  ଗୋବିନ୍ଦଜୀଉ ପାର୍କ ଏବଂ ଦୃଷ୍ଟିବାଧିତ ବିଦ୍ୟାଳୟ ପରିସରରେ ସେନସରିଂ ପାର୍କ  ପ୍ରତିଷ୍ଠା ନିମନ୍ତେ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି  ।  ଏହି ଉପଲକ୍ଷେ ଅପରାହ୍ନରେ ଟାଉନହଲ ପରିସରରେ ପୈାର ପ୍ରଶାସକ ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସାଂସଦ ଅନୁଭବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଯେଉଁଦିନ ଯୁବପିଢୀ ଆଗେଇଆସି ଗୁରୁଜନମାନଙ୍କ ଆର୍ଶ୍ରିବାଦ ନେଇ କେନ୍ଦ୍ରାପଡାର ଉନ୍ନତି ପାଇଁ ଅଂଟାଭିଡିବେ ସେହିଦିନ କେନ୍ଦ୍ରାପଡା ପୈାରସଂସ୍ଥା ସାରାଦେଶରେ ସର୍ବଶ୍ରେଷ୍ଠ  ହୋଇପାରିବ ।  କେନ୍ଦ୍ରାପଡାର ଐତିହ୍ୟ,ସଂସ୍କୃତି ଓ ପରମ୍ପରାକୁ ଉଦଯିବୀତ କରି ରଖିବା ସହିତ କେନ୍ଦ୍ରାପଡାର ସ୍ୱାଭିମାନ ରକ୍ଷାକରି ଏହାର ଇତିହାସକୁ ଜାଣିବାକୁ ଯୁବପିଢୀ ପ୍ରଚେଷ୍ଟା କରିବା ଉଚିତ । କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ରେ ଏକ ଆଇ.ସି.ୟୁ.ପ୍ରତିଷ୍ଠା ସହ କେନ୍ଦ୍ରାପଡାରେ ଏକ ଆଧୁନିକ ପ୍ଲମ୍ବିଂ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ନିମନ୍ତେ ସାଂସଦ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ସୂଚନା ଦେଇଥିଲେ । ଖୁବଶୀଘ୍ର କେନ୍ଦ୍ରାପଡା ଏକ ନୂତନ ବେଶରେ ଉଦଭାଷିତ ହେବାକୁ ଯାଉଛି ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ କହିଥିଲେ ଯେ ୧୮୬୯ମସିହା ମାର୍ଚ୍ଚମାସ ୧୦ତାରିଖରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ସର୍ବ ପୁରାତନ କେନ୍ଦ୍ରାପଡା ପୈାରସଂସ୍ଥା ତାର ୧୫୦ବର୍ଷ ପୁରଣ କରିସାରିଥିବା ବେଳେ  ଆହୁରି ଆଗକୁ ଯାଇ ଆମକୁ ତା’ର ବିକାଶ କରିବାକୁ ପଡିବ । ଯେଉଁ କେନ୍ଦ୍ରାପଡାର ସାହିତ୍ୟ ଓ ସଂସ୍କୃତି ପାଇଁ ସେ ସାରା ରାଜ୍ୟ ବା ଦେଶରେ କେବଳ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି  ସେହି କେନ୍ଦ୍ରାପଡାର ପୈାରପାଳିକାକୁ ସର୍ବ ଶ୍ରେଷ୍ଠ ପୈାରପାଳିକା ଭାବରେ ଗଢିତୋଳିବାକୁ ଆମେ ସର୍ବଦା ପ୍ରୟାସ ଜାରିରଖିବା ବୋଲି କହିଥିଲେ ବିଧାୟକ ।  ପ୍ରବାଦପୁରୁଷ ବିଜୁବାବୁଙ୍କ କର୍ମଭୂମି କେନ୍ଦ୍ରାପଡାର ବିକାଶ ନିମନ୍ତେ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ କେନ୍ଦ୍ରାପଡାର  ଦୃତ ଅଗ୍ରଗତୀ ହେବାକୁ ଯାଉଛି । ଏଥିନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ୟକ ।ଅନ୍ୟତମ ।ତିଥର ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଡୁଡାର ନିର୍ଦେଶକ ଦିଲ୍ଲିପ କୁମାର ପରିଡା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମର ସଫଳତା ପାଇଁ  ସହରର ସମସ୍ତ ଅଧିବାସୀଙ୍କ ଘରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପହଁଚିବା ସହ ରାଜ୍ୟର ଏକନମ୍ବର ପୈାରସଂସ୍ଥା ଭାବେ କେନ୍ଦ୍ରାପଡା ପୈାରସଂସ୍ଥାକୁ ଗଢିତୋଳିବା ନିମନ୍ତେ ପ୍ରୟାସ ଜାରିରହିବ ବୋଲି ମତବ୍ୟକ୍ତ କରିଥିଲେ ।  ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସ୍ୱାଗତ ଭାଷଣ ପ୍ରଦାନ ସହ ବୀବରଣୀ ପାଠ କରିଥିଲେ ।   ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରାଯାଇଥିଲା । ସହକାରୀ ଅଗ୍ନିଶମ ଅଧିକାରୀ ବିରଭଦ୍ର ଟୁଡୁ ଓ ଆହାର କେନ୍ଦ୍ରର ପରିଚାଳକଙ୍କୁ ସେମାନଙ୍କ ଉକୃଷ୍ଠ ସେବା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦବ୍ୟତିତ “କେନ୍ଦ୍ରାପଡା କଥା”ନୁ୍ୟଜଲେଟରର ଦ୍ୱିତୀୟ ପାକ୍ଷିକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପୈାର କର୍ମଚାରୀ ବିଜୟ କୁମାର ମିଶ୍ର, ସଞ୍ଜୀବ କୁମାର ମହାନ୍ତି, ଗଣେଶ କୁମାର ପାତ୍ର, ପ୍ରଶାନ୍ତ କୁମାର ନାୟକ, ମନୋରଞ୍ଜନ ଦାସ, ଭୂବନମୋହନ କାନୁନଗୋ, ସୁଚିସ୍ମିତା ଜେନା, ତପସ୍ୱିନୀ ଦାସ, ସଞ୍ଜୟ କୁମାର ମଲ୍ଲିକ, ଅଶୋକ କୁମାର ସାହୁ, ବଂଶୀଧର ମହାନ୍ତ, ଅସୀତ ସାହୁ  ପ୍ରମୁଖ ଉସôବ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.