ପାରାଦ୍ୱୀପ ୩୧/୦୮/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପସ୍ଥିତ ହନୁମାନ ମନ୍ଦିର ନିକଟସ୍ଥ ସମୁଦ୍ରକୂଳରୁ ଶନିବାର ଦିନ ସକାଳେ ଏକ ଅଚିହ୍ନା ମୃତ ଦେହ ଉଦ୍ଧାର ହୋଇଛି । ଖବର ପାଇ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ ଶବାଗାରରେ ରଖିଥିବା ଜଣାପଡିଛି । ଜଟାଧାରୀ ମୁହାଣ ଥାନା ଅଧିକାରୀ ଭରତ ଚନ୍ଦ୍ର ବେହେରାଙ୍କ ସୂତ୍ରରୁ ପ୍ରକାଶ ଯେ, ଏକ ଅଚିହ୍ନା ଶବ ସମୁଦ୍ର କୂଳରେ ପଡିଥିବା ସୂଚନା ମିଳିବା ପରେ ପୋଲିସ ଏହାକୁ ଉଦ୍ଧାର କରିଛି । ମୃତକଙ୍କ କୌଣସି ପରିଚୟ ମିଳିନାହିଁ । ଏହା କେହି ବିଦେଶୀ ଜାହାଜର କର୍ମଚାରୀ ବୋଲି ସନ୍ଦେହ କରାଯାଉଛି । ରିପୋଟ ଲେଖାହେବା ବେଳକୁ ଶବ ସମ୍ପର୍କରେ କୌଣସି ସିପିଙ୍ଗ ଏଜେଂଟ କିମ୍ବା କୌଣସି ଜାହାଜ ପକ୍ଷରୁ ଥାନାରୁ ସୂଚନା ଦିଆଯାଇନଥିବା ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି । ଓଡ଼ିଶା ସମାଚାର