Thursday , October 6 2022
Breaking News
Home / ବିଶେଷ / ବର୍ଷକ ପରେ ବି ଘରପୋଡ଼ି ସାହାଯ୍ୟ ମିଳୁନି, ଜରିପାଲ ତଳେ ବିପନ୍ନ ପରିବାର

ବର୍ଷକ ପରେ ବି ଘରପୋଡ଼ି ସାହାଯ୍ୟ ମିଳୁନି, ଜରିପାଲ ତଳେ ବିପନ୍ନ ପରିବାର

ଗରଦପୁର, ୩୧/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ତଥା ତହସିଲ ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିର ମିର ଜବାର ଅଲୀ, ପିତା ଉମର ଅଲୀ  ଙ୍କର ଗତ ୨୧ ମାର୍ଚ୍ଚ ୨୦୧୮ ତାରିଖରେ  ଘର ପୋଡ଼ିଯାଇଥିଲା । ଜଗତସିଂହପୁର ଜିଲାର ରଘୁନାଥପୁର ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ ହେଲେ ସେତେବେଳକୁ ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା ଓ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଏ ପର୍ଯ୍ୟନ୍ତ ତାଙ୍କ  ଜରିପାଲ ପକାଇ ରହୁଛନ୍ତି । ତାଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ମିଳିନାହିଁ । ବ୍ଲକ୍ , ତହସିଲ ଓ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ବାରମ୍ବାର ଦରଖାସ୍ତ କରି ଗୁହାରୀ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳିପାରୁନାହିଁ । ଦୁଃଖର ସହିତ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ରଲେଖି ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.